ଏଣିକି ସ୍ୱର୍ଗଦ୍ୱାରରେ ଘଷିରେ ହେବ ଶବଦାହ

ଏଣିକି ସ୍ୱର୍ଗଦ୍ୱାରରେ ଗଛ କାଠ ବଦଳରେ ଗୋବର କାଠ ବା ଘଷିରେ ହେବ ଶବ ଦାହ ।ଏ ନେଇ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି ସରକାର । ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଗୋବରକୁ ଶବ ଦାହରେ କରାଯାଏ ବ୍ୟବହାର । ତେଣୁ ଖୁବ ଶୀଘ୍ର ବିଚାର ବିମର୍ଶ କରି ସ୍ୱର୍ଗଦ୍ୱାରରୁ ଆରମ୍ଭ ହେବ ସରକାରଙ୍କ ଏହି ପଦକ୍ଷେପ । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।
What's Your Reaction?






