ଏଣିକି ବିନା ପ୍ରେସକ୍ରିପସନରେ ମିଳିବ ନାହିଁ କଫ୍ ସିରଫ

Jun 16, 2026 - 15:32
 0  1
ଏଣିକି ବିନା ପ୍ରେସକ୍ରିପସନରେ ମିଳିବ ନାହିଁ କଫ୍ ସିରଫ

କଫ୍ ସିରପ୍ କୁ ନେଇ କେନ୍ଦ୍ର ସରକାରଙ୍କ ନୂଆ ନିୟମ । ଏବେ ଡାକ୍ତରୀ ପ୍ରେସକ୍ରିପସନ ବିନା ହାସପାତାଲ ଦୋକାନରେ ମିଳିବ ନାହିଁ କଫ୍ ସିରପ । କଫ୍ ସିରପକୁ ‘ସିଡ୍ୟୁଲ୍ କେ’ ତାଲିକାରୁ ବାଦ୍ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଏହାର ଅର୍ଥ ହେଉଛି, ଏଣିକି କଫ୍ ସିରପ କିଣିବା ପାଇଁ ଡାକ୍ତରଙ୍କ ପ୍ରେସକ୍ରିପସନ୍ ବା ଅନୁମତି ପତ୍ର ବାଧ୍ୟତାମୂଳକ । ଆଗରୁ ଡାକ୍ତରଙ୍କ ପ୍ରେସକ୍ରିପସନ ବିନା କଫ୍ ସିରପ କିଣି ହୋଇପାରୁଥିଲା । ମାତ୍ର ବର୍ତ୍ତମାନଠାରୁ କୋଡ଼ିନ୍ ଭଳି ଅଫିମ-ଆଧାରିତ ଔଷଧ ସମେତ ସମସ୍ତ କଫ୍ ସିରପ ପାଇଁ ଡାକ୍ତରୀ ପରାମର୍ଶ ଆବଶ୍ୟକ । ତେବେ ଏହି ନିୟମରୁ ବାଦ୍ ପଡ଼ିଛନ୍ତି କାଶ ପାଇଁ ବ୍ୟବହୃତ ଲଜେଞ୍ଜ୍, ବଟିକା କିମ୍ବା ଟାବଲେଟ୍ । ନୂଆ ପରିବର୍ତ୍ତନ ପରେ କଫ୍ ସିରପ୍ ବିକ୍ରି ଏବଂ ବିତରଣ କେବଳ ଲାଇସେନ୍ସ ପ୍ରାପ୍ତ ହାସପାତାଲ ଦୋକାନରେ କିମ୍ବା ଫାର୍ମାସୀ ଜରିଆରେ କରାଯାଇପାରିବ । ଏହି ନିୟମ ଔଷଧ ଏବଂ ପ୍ରସାଧନ ସାମଗ୍ରୀ ଅଧିନିୟମ ୧୯୪୦ ଅଧିନରେ ଲାଗୁ ହେବ ।

What's Your Reaction?

like

dislike

love

funny

angry

sad

wow