ଓଡ଼ିଶାରେ ଏଲପିଜି ସିଲିଣ୍ଡର ସଙ୍କଟ

Mar 11, 2026 - 13:31
 0  1
ଓଡ଼ିଶାରେ ଏଲପିଜି ସିଲିଣ୍ଡର ସଙ୍କଟ

ରୋଷେଇ ଗ୍ୟାସ୍ ପାଇଁ ହନ୍ତସନ୍ତ ସାଧାରଣ ଖାଉଟି। ରାଜଧାନୀ ଭୁବନେଶ୍ବରର ବିଭିନ୍ନ ଗ୍ୟାସ୍ ଏଜେନସି ଆଗରେ ଲାଗୁଛି ଉପଭୋକ୍ତାଙ୍କ ଲମ୍ବା ଧାଡି। ୨୦-୨୫ ଦିନ ତଳୁ ଗ୍ୟାସ୍ ବୁକ୍ କରି ଥିଲେ ବି ହୋଇପାରିନି ଡେଲିଭରି। ହୋମ୍ ଡେଲିଭରୀ ମଧ୍ୟ ହୋଇଯାଇଛି ବନ୍ଦ। ଗ୍ୟାସ ସଂକଟ ପାଇଁ ବନ୍ଦ ହେବା ଉପରେ ଅଧିକାଂଶ ରେଷ୍ଟୁରାଣ୍ଟ ।ସେପଟେ ଗ୍ୟାସ ମିଳୁନଥିବାରୁ ବୈଦୂତିକ ଚୁଲା ଉପରେ ନିର୍ଭର କରିବାକୁ ପଡ଼ିବ ବୋଲି କହିଛନ୍ତି ଗ୍ରାହକ।  ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ହୋର୍ମୁଜ ଜଳମାର୍ଗରେ ଠପ୍‌ ହୋଇଯାଇଛି ଗ୍ୟାସ ଯୋଗାଣ। ଫଳରେ ଦେଶରେ ଏବେ ଆଶଙ୍କାର ମାହୋଲ ।

What's Your Reaction?

like

dislike

love

funny

angry

sad

wow