ଓଡିଶାରେ ଖୋଲିବ ଓମଫେଡର ୩ଟି ନୂଆ ପ୍ଲାଣ୍ଟ

Nov 16, 2024 - 16:52
 0  3
ଓଡିଶାରେ ଖୋଲିବ ଓମଫେଡର ୩ଟି ନୂଆ ପ୍ଲାଣ୍ଟ

ଓଡିଶାରେ ଖୋଲିବ ଓମଫେଡର ୩ଟି ନୂଆ ପ୍ଲାଣ୍ଟ। ସମ୍ବଲପୁର, ଗଞ୍ଜାମ ଓ ବାଲେଶ୍ୱରଠାରେ ଖୋଲିବ ଏହି ପ୍ଲାଣ୍ଟ । ଏହାସହ ଆସିବ ଓମଫେଡ ମିନେରାଲ ୱାଟର ଓ ଚକଲେଟ । ସେହିପରି ବିଭିନ୍ନ ଜାଗାରେ  ଖୋଲାଯିବ ଓମଫେଡ ପାର୍ଲର। ଓମଫେଡର ସମୀକ୍ଷା ବୈଠକ ହେବା ପରେ ଏନେଇ ଘୋଷଣା କରିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ସେ ଆହୁରି କହିଛନ୍ତି ଯେ,ଆଗାମୀ ଦିନରେ ଓମଫେଡକୁ ସୃଦୁଢ଼ କରିବା ସହ ଗୁଣବତ୍ତା ଓ ପରିମାଣରେ କରାଯିବନି ଆପୋଷ ସମାଧାନ। ପ୍ଲାଣ୍ଟ ଗୁଡିକରେ ଲାଗିବ ସିସିଟିଭି । ପ୍ରତ୍ୟେକ ପଞ୍ଚାୟତରେ ଖୋଲାଯିବ କ୍ଷୀର ଧାରା ମିଶନ। ୨୦ଟି କ୍ଷୀର ଧାରା କେନ୍ଦ୍ର ପଞ୍ଚାୟତରେ ଖୋଲିଥିବାବେଳେ ପର୍ଯ୍ୟାୟ କ୍ରମେ ଆଉ ଖୋଲିବ । ସେହିପରି ରହିଛି  ଓମ୍‌ଫେଡର ୨ କୋଟି ବକେୟା ରାଶି । ନୋଟିସ ପରେ ୮୨ ଲକ୍ଷ ଆଦାୟ ହୋଇଥିବାବେଳେ ବାକି ୭ ଦିନ ଭିତରେ ନ ଦେଲେ ନିଆଯିବ ପଦକ୍ଷେପ। ପୁରୀ ଜଗନ୍ନାଥ ମନ୍ଦିରରେ ବ୍ୟବହାର ହେବ ଓମ୍‌ଫେଡ ଘିଅ। ଏଥିପାଇଁ ଆରମ୍ଭ ହୋଇଛି ସପ୍ଲାଇ । ସମସ୍ତ ମନ୍ଦିରରେ ଓମ୍‌ଫେଡ ଘିଅ ବ୍ୟବହାର ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ କରାଯାଇଛି ଚିଠି  ।  

What's Your Reaction?

like

dislike

love

funny

angry

sad

wow