କାନାଡା ଯାଇ ପାଠ ପଢ଼ିବା ଭାରତୀୟ ଛାତ୍ରଙ୍କ ପାଇଁ ହେବ ଅସୁବିଧା
ଷ୍ଟୁଡେଣ୍ଟ ଭିସା ନିୟମକୁ କଡ଼ାକଡ଼ି କରିଛି କାନାଡା । ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ବହୁତ କମ୍ ଛାତ୍ରଙ୍କୁ ଭିସା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି କାନାଡ଼ା । ଏଭଳି ସ୍ଥିତିରେ ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ କାନାଡା ଯାଇ ପାଠ ପଢ଼ିବା ହୋଇପାରେ ଅସୁବିଧାଜନକ। ଆପ୍ଲିକେସନ ବୋର୍ଡର ରିପୋର୍ଟ ଅନୁଯାୟୀ ଏଥର କାନାଡାରୁ ଜାରି ହୋଇଥିବା ଭିସା ପ୍ରାୟ ୫୦ ପ୍ରତିଶତ ହ୍ରାସ ପାଇବାର ରହିଛି ସମ୍ଭାବନା। ବିଦେଶୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ସୀମିତ କରିବା ସହ ଏହାକୁ ୨୦୧୮ ଓ ୨୦୧୯ ଭଳି ସମାନ ସ୍ତରକୁ ଫେରାଇ ଆଣିବାକୁ କରିଛି ଯୋଜନା । ୨୦୨୩ରେ କାନାଡାର ଅନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କ ପାଇଁ ୪,୩୬,୦ ଭିସା ପରମିଟ୍ ପ୍ରଦାନ କରାଯାଇଥିବା ବେଳେ ୨୦୨୪ ଶେଷ ସୁଦ୍ଧା ଏହି ସଂଖ୍ୟା ୨,୩୧,୦୦୦ରେ ସୀମିତ ରହିବ ବୋଲି କରାଯାଉଛି ଆଶା । ଏହା ଦର୍ଶାଉଛି ଯେ ଗତବର୍ଷ ତୁଳନାରେ ଚଳିତ ବର୍ଷ ବିଶ୍ୱସ୍ତରୀୟ ଭିସା ଆବେଦନ ଅର୍ଥାତ୍ ଷ୍ଟଡି ପରମିଟ୍ ଗ୍ରହଣରେ ୩୯ ପ୍ରତିଶତ ଘଟିପାରେ ହ୍ରାସ ।
What's Your Reaction?