କାଲି ଓଡିଶା ଗସ୍ତରେ ଆସୁଛନ୍ତି ମୋଦି, ଜଗିବେ ୮୧ ପ୍ଲାଟୁନ୍ ଫୋର୍ସ

Sep 16, 2024 - 11:17
 0  1
କାଲି ଓଡିଶା ଗସ୍ତରେ ଆସୁଛନ୍ତି ମୋଦି, ଜଗିବେ ୮୧ ପ୍ଲାଟୁନ୍ ଫୋର୍ସ

ସୁଭଦ୍ରା ଯୋଜନାର ଶୁଭାରମ୍ଭ ନିମନ୍ତେ ଆସନ୍ତାକାଲି ଭୁବନେଶ୍ୱର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ରାଜଧାନୀ ଭୁବନେଶ୍ୱରରେ ଗ୍ରହଣ କରାଯାଇଛି କଡ଼ା ସୁରକ୍ଷା ବ୍ୟବସ୍ଥା।ମୋଦିଙ୍କ ଗସ୍ତ ସମୟରେ ରାଜଧାନୀରେ ମୁତୟନ ହେବେ ୮୧ ପ୍ଲାଟୁନ୍ ଫୋର୍ସ । ୧୧ ଡିସିପି ରାଙ୍କ ଅଧିକାରୀ, ୨୨ ଅତିରିକ୍ତ ଡିସିପି, ୬୬ ଏସିପି, ୧୦୦ ଆଇଆଇସି, ୩୦୦ ବରିଷ୍ଠ ପୋଲିସ ଅଧିକାରୀ ଏଥିରେ ହେବେ ସାମିଲ ।ବିମାନବନ୍ଦରରୁ ଜନତା ମଇଦାନ ଓ ଗାଡ଼କଣ ପର୍ଯ୍ୟନ୍ତ ରହିବ ନୋ ଫ୍ଲାଇଂ ଜୋନ୍ । ବ୍ୟାପକ ମହିଳା ପୁଲିସ କର୍ମଚାରୀଙ୍କ ସହ ସାଦା ପୋଷାକରେ ବି ରହିବେ ପୁଲିସ୍।ସେହିପରି ମୋଦିଙ୍କ ଗସ୍ତବେଳେ ଓଡ୍ରାଫ ଏବଂ ୬ କଂପାନୀ ସିଆରପିଏଫ୍ ମଧ୍ୟ ହେବେ ମୁତୟନ । ପ୍ରଧାନମନ୍ତ୍ରୀ ମୋଦି ନିଜ ଜନ୍ମଦିନରେ ଅର୍ଥାତ୍ ଆସନ୍ତା ୧୭ତାରିଖରେ ଓଡ଼ିଶା ଗସ୍ତରେ ଆସି ରାଜ୍ୟର ବିଜେପି ସରକାରଙ୍କ ‘ସୁଭଦ୍ରା’ ଯୋଜନା ସହ ବିଭିନ୍ନ ସରକାରୀ ଯୋଜନା ଓ ପ୍ରକଳ୍ପର କରିବେ ଶୁଭାରମ୍ଭ।ଓଡ଼ିଶାରେ ଦିନ ୧୧ଟା ୩୫ମିନିଟରେ ପହଂଚି ପ୍ରଧାନମନ୍ତ୍ରୀ ପ୍ରାୟ ସାଢ଼େ ୩ଘଣ୍ଟା ରହିବାର ରହିଛି କାର୍ଯ୍ୟକ୍ରମ ।ଆସନ୍ତାକାଲି ମୋଦିଙ୍କ ଗସ୍ତ ନିମନ୍ତେ ଭୁବନେଶ୍ୱରର ସମସ୍ତ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟକୁ କରାଯାଇଛି ଛୁଟି ଘୋଷଣା। ଏଥିସହ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ରାଜସ୍ୱ ଏବଂ ମାଜିଷ୍ଟେରିଆଲ ଅଦାଲତକୁଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର ।

What's Your Reaction?

like

dislike

love

funny

angry

sad

wow