କୁମ୍ଭୀର ଟାଣି ନେଇଥିବା ମହିଳାଙ୍କ ମୃତଦେହ ଉଦ୍ଧାର

Aug 13, 2024 - 12:06
 0  3
କୁମ୍ଭୀର ଟାଣି ନେଇଥିବା ମହିଳାଙ୍କ ମୃତଦେହ ଉଦ୍ଧାର

ଉଦ୍ଧାର ହେଲା କୁମ୍ଭୀର ଟାଣି ନେଇଥିବା ମହିଳାଙ୍କ ମୃତଦେହ। ପେଣ୍ଠପାଳ ନିକଟ ବ୍ରାହ୍ମଣୀ ନଦୀରୁ ଉଦ୍ଧାର ହୋଇଛି ମହିଳାଙ୍କ କ୍ଷତବିକ୍ଷତ ମୃତଦେହ।  ମିଳିଥିବା ସୂଚନା ଅନୁଯାୟୀ ସୋମବାର ଅଳପୁଆଡ଼ିଆ ଗାଁର ମଞ୍ଜୁଲତା ଭଞ୍ଜ ଅପରାହ୍ଣରେ ବ୍ରାହ୍ମଣୀ ନଦୀକୁ ଯାଇଥିଲେ ବାସନ ମାଜିବାକୁ। ବହୁ ସମୟ ଧରି ସେ ଘରକୁ ନ ଫେରିବାରୁ ପରିବାର ଲୋ​‌ଲେ ନଦୀ କୂଳକୁ ଯାଇ କରିଥିଲେ ଖୋଜାଖୋଜି । ସେଠାରେ ତାଙ୍କ ଚପଲ ପଡ଼ିଥିବା ପରିବାର ଲୋକେ ଏବଂ  ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଏ ସମ୍ପର୍କରେ ସ୍ଥାନୀୟ ଲୋକେ ପ୍ରଶାସନ ଓ ପୁଲିସକୁ ଦେଇଥିଲେ ଖବର । ପୁଲିସ ଓ ଅଗ୍ନିଶମ ବାହିନୀ ନଦୀରେ ଆରମ୍ଭ କରିଥିଲେ ତଲାସି । ବହୁ ଖୋଜାଖୋଜି ପରେ ଆଜି ମଞ୍ଜୁଲତାଙ୍କର କ୍ଷତବିକ୍ଷତ ମୃତଦେହ ହୋଇଛି ଉଦ୍ଧାର ।

What's Your Reaction?

like

dislike

love

funny

angry

sad

wow