ଡେଙ୍ଗୁ ନେଇ ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ

Aug 28, 2024 - 15:16
 0  1
ଡେଙ୍ଗୁ ନେଇ ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ

ରାଜ୍ୟରେ ଦିନକୁ ଦିନ ଅଣାୟତ ହେଉଛି ଡେଙ୍ଗୁ । ସ୍ଥିତି ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ହୋଇଛି ଦୁଇ ଗୁଣ  । ଗତ ଚାରି ମାସରେ ୨୭ ଶହ ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା। ବର୍ତ୍ତମାନ ସୁଦ୍ଧା ସମଗ୍ର ରାଜ୍ୟରେ ୭୦ ହଜାର ରକ୍ତ ନମୂନା ପରୀକ୍ଷା ସରିଥିବା ବେଳେ ଏହା ମଧ୍ୟରୁ ୨୭୫୯ ହୋଇଛନ୍ତି ଡେଙ୍ଗୁ ପଜିଟିଭ୍ ଚିହ୍ନଟ। ଡେଙ୍ଗୁ ସ୍ଥିତିକୁ ନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା ମୁତାବକ ସୁନ୍ଦରଗଡ଼ରେ ରହିଛନ୍ତି ସର୍ବାଧିକ ଆକ୍ରାନ୍ତ । ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ରୋଗୀ ୫୦୦ରୁ ଅଧିକ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ୮୩୭ ରୋଗୀ ହୋଇଛନ୍ତି ଚିହ୍ନଟ ।ତେବେ ଲୋକେ ସଚେତନ ହେଉନଥିବାରୁ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ବୋଲି ସୂଚନା ଦେଇଛନ୍ତି ଏଡିଏମଓ । ଡେଙ୍ଗୁ ସ୍ଥିତି ଏବେ ଚିନ୍ତାଜନକ ଥିବାରୁ ସ୍ୱାସ୍ଥ୍ୟ ବିଭାଗ ଲୋକମାନଙ୍କୁ ସତର୍କ ରହିବାକୁ ଦେଇଛନ୍ତି ପରାମର୍ଶ ।

What's Your Reaction?

like

dislike

love

funny

angry

sad

wow