ମାହାଙ୍ଗା ଡବଲ ମର୍ଡର ଘଟଣାରେ ୯ ଜଣଙ୍କୁ ଆଜୀବନ ଦଣ୍ଡାଦେଶ

Aug 28, 2024 - 15:25
 0  1
ମାହାଙ୍ଗା ଡବଲ ମର୍ଡର ଘଟଣାରେ ୯ ଜଣଙ୍କୁ ଆଜୀବନ ଦଣ୍ଡାଦେଶ

ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ୯ ଜଣଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି ସାଲେପୁର ଏସ୍‍ଡିଜେଏମ୍‍। ଏଥିସହିତ ଏକ ସଙ୍ଗେ ଗିରଫ ହୋଇଥିବା ଅରବିନ୍ଦ ଖୁଣ୍ଟିଆଙ୍କୁ କୋର୍ଟ ଆଜି କରିଛନ୍ତି ଖଲାସ। ରାଜନୀତିକ ଶତ୍ରୁତାକୁ କେନ୍ଦ୍ରକରି  ଜାନୁୟାରୀ ୨ତାରିଖ ୨୦୨୧ ମସିହାରେ ଘଟିଥିଲା ଏହି ହତ୍ୟାକାଣ୍ଡ। ଏଥିରେ ବିଜେପି ନେତା କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀଙ୍କୁ ପ୍ରତିପକ୍ଷ ରାଜନୀତିକ ବିଚାରର ଲୋକେ ହତ୍ୟା କରିଥିବା ହୋଇଥିଲା ଅଭିଯୋଗ। ଏପରିକି ପୁଲିସ ଦେଇଥିବା ଚାର୍ଜଶିଟରେ ତତ୍‍କାଳୀନ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ବି ରହିଥିଲା ସାମିଲ୍‍। ଏହି ଘଟଣେରେ ମୋଟ ୧୩ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲା। ସେଥିରୁ ୧୦ ଜଣଙ୍କୁ ଗିରଫ କରିଥିଲା ପୁଲିସ। ଏହି ୧୦ ଜଣଙ୍କ ଭିତରୁ ଅରବିନ୍ଦଙ୍କ ନାଁରେ କୌଣସି ପ୍ରମାଣ ବା ତଥ୍ୟ କୋର୍‍ଟଙ୍କ ହସ୍ତଗତ ନ ହେବାରୁ ତାଙ୍କୁ କରାଯାଇଛି  ଖଲାସ।

What's Your Reaction?

like

dislike

love

funny

angry

sad

wow