ଅଗଷ୍ଟ ମାସ ୧୫ ତାରିଖରେ ଆସିବ ସୁଭଦ୍ରା ଯୋଜନା ଏସଓପି
ଅଗଷ୍ଟ ମାସ ୧୫ ତାରିଖରେ ଆସିବ ସୁଭଦ୍ରା ଯୋଜନା ଏସଓପି । ଏନେଇ ଉପ ମୁଖ୍ୟମନ୍ତ୍ରୀ ତଥା ବିଭାଗୀୟ ମନ୍ତ୍ରୀ ପ୍ରଭାତୀ ପରିଡା ଦେଇଛନ୍ତି ସୂଚନା। ଏହି ଯୋଜନା ସପ୍ଟେମ୍ବର ୧୭ ଅର୍ଥାତ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ ଜନ୍ମଦିନରେ ସାରା ରାଜ୍ୟରେ ହେବ ଲାଗୁ । ତେବେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,ଏଥିରେ କିଏ ପାଇବ ଓ କିଏ ପାଇବନି ତାର ଚିତ୍ର ସ୍ପଷ୍ଟ ହେବ । ଏହାର ମୋବିଲିଟି କଣ ରହିବ ଓ ଏହାର ଫର୍ମାଟ ବାବଦରେ ସମ୍ପୂର୍ଣ୍ଣ ଜଣାପଡିବ । ତେଣୁ କୈାଣସି ମହିଳା ଭ୍ରମିତ ନହେବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଦେଇଛନ୍ତି ଆହ୍ୱାନ । ଏହାସହ ସୁଭଦ୍ରା ଯୋଜନା ବଜେଟରେ ୧୦ ହଜାର କୋଟି ଟଙ୍କା ଥିଲେ ମଧ୍ୟ ଆବଶ୍ୟକ ପଡିଲେ ଏହା ବଢିପାରେ ବୋଲି କହିଛନ୍ତି ସେ। ସେପ୍ଟେମ୍ବର ୧୭ ରେ ପ୍ରଧାନମନ୍ତ୍ରୀ ଓଡିଶାକୁ ଆସିବେ ଏବଂ ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାକୁ କାର୍ଯ୍ୟକାରୀ କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଛନ୍ତି ସୂଚନା ।
What's Your Reaction?