୧୨ ହଜାରରୁ ଅଧିକ ଘର ପୋଡି ପାଉଁଶ

ଜନବସତି ଆଡେ ମାଡ଼ୁଛି ଜଙ୍ଗଲ ନିଆଁ । ଲସ୍ ଆଞ୍ଜେଲସ ସହରର ଉତ୍ତରରେ ଥିବା ୨୫ ମାଇଲ୍ ଅଞ୍ଚଳରେ ଅଗ୍ନିକାଣ୍ଡ ଘଟି ୧୨ ହଜାରରୁ ଅଧିକ ଘର ଓ କୋଠା ପୋଡ଼ି ଛାରଖାର ହୋଇସାରିଲାଣି । ୪୦ହଜାର କୋଟି ଏକର ଜମିରୁ ୨୯ହଜାର ଏକରକୁ ଗ୍ରାସ କରି ସାରିଛି ନିଆଁ। ଭୟଙ୍କର ନିଆଁରେ ୧୧କୁ ବୃଦ୍ଧି ପାଇଛି ମୃତ୍ୟୁ ସଂଖ୍ୟା। ପାଖାପାଖି ଦେଢ଼ ଲକ୍ଷ ବାସିନ୍ଦାଙ୍କୁ ସ୍ଥାନାନ୍ତର କରିବାକୁ ଦିଆଯାଇଛି ନିର୍ଦ୍ଦେଶ । ଏହି ଭୟଙ୍କର ଅଗ୍ନିକାଣ୍ଡ ହଲିଉଡ ହିଲ୍ସରେ ପହଞ୍ଚିଥିବା ବେଳେ ଅନେକ ଆମେରିକୀୟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱଙ୍କ ଘରେ ମଧ୍ୟ ଲାଗିଯାଇଛି ନିଆଁ । ସେପଟେ ନିଆଁ ଲିଭାଇବା ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ ପାଣି ଅଭାବ ପାଲଟିଛି ଏକ ବଡ଼ ପ୍ରସଙ୍ଗ। ଜଳ ଅଭାବନକୁ ନେଇ କାଲିଫର୍ଣ୍ଣିଆର ଗଭର୍ଣ୍ଣର ଗାଭିନ୍ ନ୍ୟୁସମ୍ ପ୍ରକାଶ କରିଛନ୍ତି ଅସନ୍ତୋଷ । ଜଳ ଅଭାବ ଯୋଗୁଁ କିପରି ନିଆଁ ଲିଭାଇବା କାମ ପ୍ରଭାବିତ ହେଉଛି ସେ ଦାବି କରିଛନ୍ତି ତାହାର ତଦନ୍ତ।
What's Your Reaction?






