ଦେଶରେ କାୟା ବିସ୍ତାର କରୁଛି ଏଚଏମପିଭି

ଦେଶରେ କାୟା ବିସ୍ତାର କରିବାରେ ଲାଗିଛି ଏଚଏମପିଭି । ଦିନକୁ ଦିନ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ବର୍ତ୍ତମାନ ଏହି ଭୂତାଣୁରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି । ଶୁକ୍ରବାର ମହାରାଷ୍ଟ୍ର ନାଗପୁରରେ ଦୁଇ ଶିଶୁଙ୍କ ରିପୋର୍ଟ ଆସିଛି ପଜେଟିଭ୍।ଏବେ ସୁଦ୍ଧା ମହରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ, ତାମିଲନାଡୁ ଓ ପଶ୍ଚିମବଙ୍ଗରେ ଚିହ୍ନଟ ହୋଇସାରିଲେଣି ଏଚଏମପିଭି ସଂକ୍ରମିତ। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଅପୂର୍ବ ଚନ୍ଦ୍ରା ଏକ ଉଚ୍ଚସ୍ତରୀୟ ବୈଠକ ଡାକି ପରିସ୍ଥିତିର ସମୀକ୍ଷା କରିଛନ୍ତି । ଦେଶରେ ଏବେ ସୁଦ୍ଧା ଖୁବ କମ୍ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମସ୍ତେ ଶିଶୁ ବା ନାବାଳକ ବୋଲି ଜଣାପଡିଛି । ସେହିପରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍ବାସ୍ଥ୍ୟ ସଚିବ ମାନଙ୍କ ସହ ଏକ ବୈଠକରେ ଏହି ଭାଇରସର ମୁକାବିଲା ନେଇ ପ୍ରସ୍ତୁତି ସମ୍ପର୍କରେ କରିଛନ୍ତି ଆଲୋଚନା।
What's Your Reaction?






