୪ ଦିନ ପାଇଁ ଭିନେଶଙ୍କ ହାତରୁ ଗଲା ରାଜ୍ୟସଭା ଯିବା ସୁଯୋଗ

Aug 11, 2024 - 12:28
 0  1
୪ ଦିନ ପାଇଁ ଭିନେଶଙ୍କ ହାତରୁ ଗଲା ରାଜ୍ୟସଭା ଯିବା ସୁଯୋଗ

୧୦୦ ଗ୍ରାମ ଓଜନ ପାଇଁ ଅଲିମ୍ପିକ୍ସ ପଦକରୁ ବଂଚିତ ପରେ ଏବେ ହାତରୁ ଗଲା ରାଜ୍ୟସଭା ଯିବାକୁ ସୁଯୋଗ। ଭାରତର ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟଙ୍କୁ ମହଙ୍ଗା ପଡ଼ିଲା ୪ ଦିନ। ରାଜ୍ୟସଭା ନାମାଙ୍କନ ଲାଗି ବୟସ ୪ ଦିନ କମ ହୋଇଯିବାରୁ ଏବେ ସଂସଦକୁ ଯାଇପାରିବେନି ଭିନେଶ ଫୋଗଟ। ଭିନେଶଙ୍କୁ ରାଜ୍ୟସଭା ପଠାଇବାକୁ ହରିୟାଣା ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଦା ଓ ତୃଣମୂଳ କଂଗ୍ରେସ ସାଂସଦ ଅଭିଷେକ ବାନାର୍ଜୀ କରିଥିଲେ ଦାବି । ରାଜ୍ୟସଭା ଯିବାକୁ  ସର୍ବନିମ୍ନ ବୟସ ୩୦ ବର୍ଷ ଥିବାବେଳେ ଭିନେଶ ଫୋଗଟଙ୍କ ବୟସ ୪ ଦିନ କମ ହେଉଛି। ଟିଏମସିର ଅଭିଷେକ ବାନାର୍ଜୀ ଭିନେଶ ଫୋଗଟଙ୍କୁ ଭାରତ ରତ୍ନ ଦେବାକୁ ମଧ୍ୟ କରିଛନ୍ତି । ରାଜ୍ୟସଭା ନାମାଙ୍କନ ଲାଗି ଆସନ୍ତା ୧୪ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି । ଅଗଷ୍ଟ ୨୧ ତାରିଖ ନାମାଙ୍କନର ରହିଛିଶେଷ ତାରିଖ । ଅଗଷ୍ଟ ୨୧ ସୁଦ୍ଧା ଭିନେଶ ଫୋଗଟଙ୍କୁ ୩୦ ବର୍ଷ ପୁରୁନଥିବାରୁ କୌଣସି ଦଳ ଚାହିଁଲେ ବି ସେ କରିପାରିବେନି ନାମାଙ୍କନ ଦାଖଲ ।  

What's Your Reaction?

like

dislike

love

funny

angry

sad

wow