କୋଲେଷ୍ଟ୍ରଲରୁ ରକ୍ଷା ପାଇବା ପାଇଁ କରନ୍ତୁ ଏହି କାମ

Aug 8, 2024 - 15:39
 0  19
କୋଲେଷ୍ଟ୍ରଲରୁ ରକ୍ଷା ପାଇବା ପାଇଁ କରନ୍ତୁ ଏହି କାମ

ଆଜିଖାଲି ଖାଦ୍ୟପେୟରେ ଅନିୟମିତତା,ଖରାପ ଜୀବନଶୈଳୀ ଏବଂ ସ୍ୱଳ୍ପ ଶାରୀରିକ କାର୍ଯ୍ୟକଳାପ ସ୍ୱାସ୍ଥ୍ୟ ପାଇଁ ହେଉଛି ବେଶ୍ ବିପଜ୍ଜନକ। ବହୁ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛି ଏହି ସାମାନ୍ୟ ଅବହେଳା। ସେଥିମଧ୍ୟରୁ କୋଲେଷ୍ଟ୍ରଲ ହେଉଛି ଅନ୍ୟତମ।କୋଲେଷ୍ଟ୍ରଲ ସ୍ୱାସ୍ତ୍ୟ ପାଇଁ ଏକ ଜରୁରୀ ଉପାଦାନ। କିନ୍ତୁ ଏହା ଶରୀରରେ ସମତୁଲ ଭାବରେ ରହିବା ଆବଶ୍ୟକ। କାରଣ କୋଲେଷ୍ଟ୍ରଲ ଅଧିକ କିମ୍ବା କମ୍ ସ୍ୱାସ୍ଥ୍ୟ ପାଇଁ ହାନିକାରକ। ଶରୀରରେ ଖରାପ କୋଲେଷ୍ଟ୍ରଲ ବୃଦ୍ଧି ହେଲେ ସ୍ୱାସ୍ଥ୍ୟ ବିଗିଡିଯାଏ। ଏହି କାରଣରୁ ରକ୍ତ ମସ୍ତିଷ୍କ ଏବଂ ହୃଦୟରେ ପହଞ୍ଚେ ନାହିଁ, ଯେଉଁଥିପାଇଁ ହୃଦଘାତ ଏବଂ ମସ୍ତିଷ୍କ ଆଘାତର ଆଶଙ୍କା ବଢିଯାଏ। ସେଥିପାଇଁ ଉଚ୍ଚ କୋଲେଷ୍ଟ୍ରଲକୁ ନୀରବ ଘାତକ ବୋଲି ମଧ୍ଯ କୁହାଯାଏ। 

ତେବେ ଶରୀରରେ କୋଲେଷ୍ଟ୍ରଲ ବୃଦ୍ଧି ହେଲେ କି କି ଲକ୍ଷଣ ଦେଖାଯାଏ-

  • ଆଖିର ଚାରିପାଖରେ ହଳଦିଆ ଦାଗ ପଡିଯାଏ, ଯାହାକୁ ଜେନଥୋମାସ୍ କୁହାଯାଏ।
  • ଛାତି ଯନ୍ତ୍ରଣା ବା  ଏନଞ୍ଜାଇନା
  • ଶରୀରର ଗୋଟିଏ ପାର୍ଶ୍ୱରେ ଦୁର୍ବଳତା ଅନୁଭବ ହେବା।
  • ଷ୍ଟ୍ରୋକ୍ କାରଣରୁ ପକ୍ଷାଘାତ ବା ପାରାଲିସିସ୍।
  • ଗୋଡରେ ଯନ୍ତ୍ରଣା ଏବଂ ଚାଲିବାରେ ଅସୁବିଧା।
  • ହାତ ଓ ପାଦରେ ଝିମ୍ ଝିମ୍ ହେବା
  • ମୁଣ୍ଡରେ କୋଲେଷ୍ଟ୍ରଲ ଅଧିକ ହୋଇଥିଲେ ମୁଣ୍ଡବିନ୍ଧା ହୋଇଥାଏ

ଏବେ ଆସନ୍ତୁ ଜାଣିବା ଜଣେ ଉଚ୍ଚ କୋଲେଷ୍ଟ୍ରଲରୁ ରକ୍ଷା ପାଇବା ପାଇଁ କଣ କରିବା ଉଚିତ୍-
ଉଚ୍ଚ କୋଲେଷ୍ଟ୍ରଲରୁ ରକ୍ଷା ପାଇବା ପାଇଁ, ସର୍ବପ୍ରଥମେ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଆବଶ୍ୟକ। ପ୍ରତିଦିନ ପର୍ଯ୍ୟାପ୍ତ ପରିମାଣରେ ଶୋଇବା ଜରୁରୀ। ଖାଦ୍ୟ ସାଙ୍ଗକୁ ଶାରୀରିକ ବ୍ୟାୟାମ କରନ୍ତୁ। ଖାଦ୍ୟରେ ସବୁଜ ପତ୍ରଯୁକ୍ତ ପନିପରିବା ଅନ୍ତର୍ଭୁକ୍ତ କରନ୍ତୁ। ପ୍ରତିଦିନ ଫଳ,ଗଜାଗୁଗ,ସିଝାବୁଟ,ଅଣ୍ଡାର ଧଳାଅଂଶ ଖାଇବା ଅଭ୍ୟାସ ଜାରି ରଖନ୍ତୁ। ବିଭିନ୍ନ ପ୍ରକାର ମଞ୍ଜି ଏବଂ ଡ୍ରାଏ ଫ୍ରୁଟ୍ସ ଖାଆନ୍ତୁ। ଅଧିକ ଚାପ ନିଅନ୍ତୁ ନାହିଁ। ବାହାର ଖାଦ୍ୟ,ଅତ୍ୟଧିକ ତେଲ ମସଲା ଜାତୀୟ ଖାଦ୍ୟ, ଲାଲ୍ ମାଂସ,ଜଙ୍କ ଫୁଡଠାରୁ ଦୂରରେ ରୁହନ୍ତୁ। ପ୍ରକ୍ରିୟାକୃତ ଖାଦ୍ୟ ଆଦୌ ଖାଆନ୍ତୁ ନାହିଁ। ଓଜନକୁ ନିୟନ୍ତ୍ରଣରେ ରଖନ୍ତୁ। ଏହି ସବୁ ଉପାୟ ଅବଲମ୍ବନ କରି କେବଳ ସୁସ୍ଥ ଜୀବନଶୈଳୀ ମାଧ୍ୟମରେ କୋଲେଷ୍ଟ୍ରଲକୁ କରାଯାଇପାରିବ ନିୟନ୍ତ୍ରଣ। 

What's Your Reaction?

like

dislike

love

funny

angry

sad

wow