ଖାଦ୍ୟ ଭାବେ ''ଦୁଦୁରା'' ବିକ୍ରି : ଆମାଜନ୍, ସ୍ବିଗି ଇନଷ୍ଟାମାର୍ଟ ଫୁଡ୍ ଲାଇସେନ୍ସ ରଦ୍ଦ
ଖାଦ୍ୟ କିମ୍ବା ମାନବ ବ୍ୟବହାର ପାଇଁ ଅତ୍ୟନ୍ତ ବିଷାକ୍ତ ‘ଦୁର୍ଦୁରା’ ଫଳ ଓ ମଞ୍ଜି ଅନଲାଇନରେ ବିକ୍ରି ହେଉଥିବା ଜଣାପଡ଼ିବା ପରେ କର୍ଣ୍ଣାଟକ ସରକାର ପ୍ରମୁଖ ଇ-କମର୍ସ ପ୍ଲାଟଫର୍ମ ଆମାଜନ୍, ସ୍ବିଗି ଇଂଷ୍ଟାମାଟ୍ ଓ ବିଗବାସ୍କେଟର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି
ଖାଦ୍ୟ କିମ୍ବା ମାନବ ବ୍ୟବହାର ପାଇଁ ଅତ୍ୟନ୍ତ ବିଷାକ୍ତ ‘ଦୁର୍ଦୁରା’ ଫଳ ଓ ମଞ୍ଜି ଅନଲାଇନରେ ବିକ୍ରି ହେଉଥିବା ଜଣାପଡ଼ିବା ପରେ କର୍ଣ୍ଣାଟକ ସରକାର ପ୍ରମୁଖ ଇ-କମର୍ସ ପ୍ଲାଟଫର୍ମ ଆମାଜନ୍, ସ୍ବିଗି ଇଂଷ୍ଟାମାଟ୍ ଓ ବିଗବାସ୍କେଟର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ''ଫୁଡ୍ ସେଫ୍ଟି ଏଣ୍ଡ ଷ୍ଟାଣ୍ଡାର୍ଡସ ଆକ୍ଟ, ୨୦୦୬'' ଅଧୀନରେ ଏହି ତିନୋଟି ପ୍ଲାଟଫର୍ମର ଫୁଡ୍ ଲାଇସେନ୍ସକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ନିଲମ୍ବିତ କରିବା ସହ ତୁରନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଅନଲାଇନ୍ ପ୍ଲାଟଫର୍ମଗୁଡ଼ିକରେ ‘ଏଫଏସଏସଏଆଇ’ ଲାଇସେନ୍ସ କିମ୍ବା ପଞ୍ଜୀକରଣ ଆଢୁଆଳରେ ଦୁର୍ଦୁରା ଫଳ ଓ ମଞ୍ଜି ବିକ୍ରି ପାଇଁ ତାଲିକାଭୁକ୍ତ ହୋଇଥିବା ନଜରକୁ ଆସିବା ପରେ ଏହି ଆକ୍ସନ ନିଆଯାଇଛି। ଇଂରାଜୀରେ ''ଥୋର୍ନ ଆପଲ୍'' ଏବଂ ତାମିଲରେ ''ଉମଥାଇ'' କୁହାଯାଉଥିବା ଏହି ଗଛରେ ଅତ୍ୟନ୍ତ ବିଷାକ୍ତ ଗୁଣ ରହିଛି। ଏହାର ଫଳ କିମ୍ବା ମଞ୍ଜି ସେବନ କରିବା ଦ୍ୱାରା ମାନବ ଶରୀର ଓ ସ୍ୱାସ୍ଥ୍ୟ ଉପରେ ଗୁରୁତର ମାରାତ୍ମକ କୁପ୍ରଭାବ ପଡ଼ିପାରେ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଏହି ଆଦେଶ ଅନୁସାରେ, ସମ୍ପୃକ୍ତ ଫୁଡ୍ ବିଜନେସ୍ ଅପରେଟରମାନଙ୍କୁ ସେମାନଙ୍କ ଆପ୍ କିମ୍ବା ୱେବସାଇଟରୁ ଦୁର୍ଦୁରା ସମ୍ପର୍କିତ ସମସ୍ତ ଲିଷ୍ଟିଂ, ବିଜ୍ଞାପନ ଓ ପ୍ରଚାର ସାମଗ୍ରୀ ତୁରନ୍ତ ହଟାଇବାକୁ କୁହାଯାଇଛି। ଏଥିସହିତ ଏହି ତିନୋଟି ବଡ଼ ପ୍ଲାଟଫର୍ମକୁ ଏହି ସାମଗ୍ରୀ ଯୋଗାଉଥିବା ବିକ୍ରେତା ଏବଂ ସଂସ୍ଥାଗୁଡ଼ିକର ଲାଇସେନ୍ସ ଓ ପଞ୍ଜୀକରଣକୁ ମଧ୍ୟ ତୁରନ୍ତ ସସପେଣ୍ଡ କରିବାକୁ ରାଜ୍ୟ ଓ କେନ୍ଦ୍ରୀୟ ଫୁଡ୍ ସେଫ୍ଟି ଅଫିସରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅନୁଷ୍ଠାନଗୁଡ଼ିକ ନିୟମାନୁସାରେ କମ୍ପ୍ଲାଏନ୍ସ ରିପୋର୍ଟ ଦାଖଲ କରିବା ଏବଂ ସେମାନଙ୍କ ପକ୍ଷ ରଖିବାର ସୁଯୋଗ ପାଇବା ପରେ ହିଁ ସସପେନ୍ସନ୍ ହଟାଇବା ନେଇ ପରବର୍ତ୍ତୀ ବିଚାର କରାଯିବ।
What's Your Reaction?