ଖୁବଶୀଘ୍ର ନିୟୋଜିତ ହେବେ ବିଭିନ୍ନ ବୋର୍ଡ ଓ ନିଗମ ଅଧ୍ୟକ୍ଷ

ଖୁବଶୀଘ୍ର ନିୟୋଜିତ ହେବେ ବିଭିନ୍ନ ବୋର୍ଡ ଓ ନିଗମ ଅଧ୍ୟକ୍ଷ

 ଖୁବଶୀଘ୍ର ନିଯୁକ୍ତ ହେବେ ବୋର୍ଡ ଓ ନିଗମ ଅଧ୍ୟକ୍ଷ।  ବିଜେପି ସଦସ୍ୟତା ଅଭିଯାନ ସରିବା ପରେ ଦିଆଯିବ ନିଯୁକ୍ତି। ଯୋଗ୍ୟ ତଥା ବିଭିନ୍ନ କ୍ଷେତ୍ରରେ ଅଭିଜ୍ଞତା ଥିବା ଲୋକଙ୍କୁ ଦିଆଯିବ ଗୁରୁତ୍ଵ।  ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ମନମୋହନ କହିଛନ୍ତି ଯେ,ତାଙ୍କ ସରକାରକୁ ଏବେ ପୂରିଛି ୧୦୦ ଦିନ । ଏ ସମୟ ଭିତରେ ଶପଥ ଗ୍ରହଣ ଦିନ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା, ତାହା ପୂରଣ କରାଯାଇଛି । ଏବେ ସଦସ୍ୟତା ଅଭିଯାନ ଶେଷ ପର୍ୟ୍ୟାୟରେ ଅଛି ।  ଏହା ସରିବା ପରେ ପରେ ନିଗମ ଓ ବୋର୍ଡ ଚଳାଇବାକୁ ଉପଯୁକ୍ତ ବ୍ୟକ୍ତିଙ୍କୁ ଦାୟିତ୍ଵ ଦିଆଯିବ ବୋଲି ସେ କହିଛନ୍ତି ।  ଏଥିପାଇଁ ଦଳୀୟ ସ୍ତରରେ ଓ ମନ୍ତ୍ରୀ ସ୍ତରରେ ଆଲୋଚନା କରାଯାଇ ନିଆଯିବ ନିଷ୍ପତ୍ତି।