ଗଞ୍ଜାମକୁ କେତେ ମିଳିବ କେନ୍ଦ୍ରୀୟ ସହାୟତା? କ୍ଷୟକ୍ଷତି ଦେଖିଲା କେନ୍ଦ୍ରୀୟ ଟିମ୍
ବାତ୍ୟା ଅର୍ଣ୍ଣବର ତାଣ୍ଡବ ପରେ ଗଞ୍ଜାମରେ ପହଞ୍ଚିଲା କେନ୍ଦ୍ରୀୟ ଟିମ୍ । ବନ୍ୟା ଓ ବାତ୍ୟାରେ କେତେ ହୋଇଛି କ୍ଷୟକ୍ଷତି, ତା'ର ହେବ ଆକଳନ । ଗାଁ ଗାଁ ବୁଲି ବାସ୍ତବ ସ୍ଥିତି ପରଖିବେ ଅଧିକାରୀ । ରାସ୍ତାଘାଟ, ନଦୀବନ୍ଧ, ଚାଷଜମିଠାରୁ ଆରମ୍ଭ କରି ସରକାରୀ ଭିତ୍ତିଭୂମି ପର୍ଯ୍ୟନ୍ତ ସବୁକିଛିର ହେବ ଯାଞ୍ଚ ।
ବାତ୍ୟା ଅର୍ଣ୍ଣବର ତାଣ୍ଡବ ପରେ ଗଞ୍ଜାମରେ ପହଞ୍ଚିଲା କେନ୍ଦ୍ରୀୟ ଟିମ୍ । ବନ୍ୟା ଓ ବାତ୍ୟାରେ କେତେ ହୋଇଛି କ୍ଷୟକ୍ଷତି, ତା'ର ହେବ ଆକଳନ । ଗାଁ ଗାଁ ବୁଲି ବାସ୍ତବ ସ୍ଥିତି ପରଖିବେ ଅଧିକାରୀ । ରାସ୍ତାଘାଟ, ନଦୀବନ୍ଧ, ଚାଷଜମିଠାରୁ ଆରମ୍ଭ କରି ସରକାରୀ ଭିତ୍ତିଭୂମି ପର୍ଯ୍ୟନ୍ତ ସବୁକିଛିର ହେବ ଯାଞ୍ଚ । ଟିମ୍ର ରିପୋର୍ଟ ପରେ ଜଣାପଡ଼ିବ ଗଞ୍ଜାମକୁ କେତେ ମିଳିବ କେନ୍ଦ୍ରୀୟ ସହାୟତା ।
ପ୍ରଥମେ ପୁରୁଷୋତ୍ତମପୁର ବ୍ଲକ୍ର ଅଚୁଲି ଗାଁରେ ପହଞ୍ଚି କ୍ଷୟକ୍ଷତି ଅନୁଧ୍ୟାନ କରିଛନ୍ତି କେନ୍ଦ୍ରୀୟ ଟିମ୍ । ନଦୀବନ୍ଧ ଭାଙ୍ଗିବା ସହ ଚାଷଜମିରେ ବାଲିଚର ଓ ଉଠା ଜଳସେଚନ ପ୍ରକଳ୍ପର କ୍ଷତି ଦେଖିଛନ୍ତି । ଏହାପରେ ହାଣ୍ଡିଘର ଗାଁରେ ରାସ୍ତାଘାଟ, ବିଦ୍ୟୁତ୍ ଖୁଣ୍ଟ ଓ ଉଦ୍ୟାନ ଫସଲର କ୍ଷୟକ୍ଷତି ଆକଳନ କରିବେ । ସେହିପରି ହୀରାଧରବାଟି ଜଳସେଚନ ପ୍ରକଳ୍ପ, ହିଞ୍ଜିଳିକାଟୁର ଘୋଡ଼ାହାଡ଼ ବ୍ରିଜ୍ ଓ ଜୟମଙ୍ଗଳ ଜଳସେଚନ ପ୍ରଣାଳୀର କ୍ଷତି ମଧ୍ୟ ଅନୁଧ୍ୟାନ କରିବେ । ଆସିକା ଏନ୍ଏସିର ଲକ୍ଷ୍ମୀ ବଜାରରେ ବ୍ୟବସାୟିକ ପ୍ରତିଷ୍ଠାନ ଓ ଉପଖଣ୍ଡ ଚିକିତ୍ସାଳୟର କ୍ଷୟକ୍ଷତି ଦେଖିବେ । ନବରତ୍ନପୁର ଗାଁରେ ଘରଦ୍ୱାର, ରାସ୍ତା, ପୋଲ ଓ ଚାଷଜମିର ସ୍ଥିତି ପରଖିବେ ।
ଏହାପରେ ଧରାକୋଟ ବ୍ଲକ୍ର ଜାହାଡ଼ା ଗାଁ ଓ ଜାନିବିଲି ଆନିକଟ ପରିଦର୍ଶନ କରିବେ । ସେଠାରେ ସରକାରୀ ଅନୁଷ୍ଠାନ, ସ୍ୱାସ୍ଥ୍ୟକେନ୍ଦ୍ର, ବିଦ୍ୟୁତ୍ ଖୁଣ୍ଟ, ପୋଲ ଓ ଜଳସେଚନ ଭିତ୍ତିଭୂମିର କ୍ଷତି ଆକଳନ କରାଯିବ । ଅନ୍ୟପଟେ ଗିଡ଼ିପାବାଲି ଭୂସ୍ଖଳନକୁ ନେଇ ଆସିଛି ଆଉ ଏକ ଦୁଃଖଦ ଖବର । ନିଖୋଜଙ୍କ ସନ୍ଧାନ ପାଇଁ ଚାଲିଥିବା ଖୋଜାଖୋଜି ଅଭିଯାନ ସ୍ଥଗିତ ରଖାଯାଇଛି । ନିଖୋଜଙ୍କ ପାଇଁ ପ୍ରତୀକାତ୍ମକ ଅନ୍ତିମ ସତ୍କାର କରାଯିବା ନେଇ ସୂଚନା ମିଳିଛି ।
What's Your Reaction?