ଗେମିଂ ଆପ୍ ଉପରେ ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

Sep 26, 2024 - 16:21
 0  2
ଗେମିଂ ଆପ୍ ଉପରେ ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ଏକ ଅନଲାଇନ୍ ଗେମିଂ ଆପ୍ ଉପରେ ଚଢ଼ାଉ କରି ୪୦୦ କୋଟି ଟଙ୍କା ଠକେଇର ପର୍ଦ୍ଦାଫାସ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ଗେମିଂ ଆପରେ ଚୀନ୍ ନାଗରିକଙ୍କ ରହିଛି ସମ୍ପୃକ୍ତି। ରିପୋର୍ଟ ଅନୁସାରେ, ଅନଲାଇନ୍ ଗେମିଂ ଆପ୍ ଫିୱିନ୍  ଉପରେ ଚଢାଉ କରି ଏହି ଆପ୍ ସହ ଜଡ଼ିତ ଥିବା କେତେକ ଚୀନ୍ ନାଗରିକଙ୍କ ଆକାଉଣ୍ଟ ସହ ସେମାନଙ୍କ ଆକାଉଣ୍ଟରେ ଥିବା ପ୍ରାୟ ୨୫ କୋଟି ଟଙ୍କା ଅଚଳ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।। ପୂର୍ବରୁ ଏହି ଠକେଇରେ ଚୀନ୍ ନାଗରିକଙ୍କୁ ସାହାଯ୍ୟ କରୁଥିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କୋଲକାତାର ଚାରି ଜଣ ନାଗରିକଙ୍କୁ କରିଥିଲା ଗିରଫ।  ବିଶ୍ୱର ସର୍ବବୃହତ୍ତ କ୍ରିପ୍ଟୋକରେନ୍ସି ଅଦଳବଦଳ କରୁଥିବା କମ୍ପାନୀ ବିନାନ୍ସ ର ସହାୟତାରେ ଏହି ତଦନ୍ତ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। 

What's Your Reaction?

like

dislike

love

funny

angry

sad

wow