ଛିଡ଼ା ହୋଇଥିବା ପିକଅପ୍ ଭ୍ୟାନକୁ ପିଟିଲା ଆମ୍ବୁଲାନ୍ସ, ୫ ମୃତ
ଉତ୍ତର ପ୍ରଦେଶର ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ଶନିବାର (ନଭେମ୍ବର ୨୧) ସକାଳେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟି ୫ ଜଣଙ୍କର ପ୍ରାଣହାନି ଘଟିଛି। ରାଜସ୍ଥାନର ଜୟପୁରରୁ ଏକ ମୃତଦେହ ନେଇ ଗାଜିପୁର ଅଭିମୁଖେ ଯାଉଥିବା ଏକ ଆମ୍ବୁଲାନ୍ସ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ପିକଅପ୍...
ଉତ୍ତର ପ୍ରଦେଶର ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ଶନିବାର (ନଭେମ୍ବର ୨୧) ସକାଳେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟି ୫ ଜଣଙ୍କର ପ୍ରାଣହାନି ଘଟିଛି। ରାଜସ୍ଥାନର ଜୟପୁରରୁ ଏକ ମୃତଦେହ ନେଇ ଗାଜିପୁର ଅଭିମୁଖେ ଯାଉଥିବା ଏକ ଆମ୍ବୁଲାନ୍ସ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ପିକଅପ୍ ଭ୍ୟାନକୁ ପଛପଟୁ ଜୋରଦାର ଧକ୍କା ଦେବାରୁ ଏହି ଅଘଟଣ ଘଟିଛି।
ପୁଲିସ ସୂଚନା ଅନୁଯାୟୀ, ସୁବେହା ଥାନା ଅନ୍ତର୍ଗତ ଘେରାୱାନ୍ ଗ୍ରାମ ନିକଟରେ ସକାଳ ପ୍ରାୟ ୬ଟା ୩୦ ମିନିଟ୍ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଆମ୍ବୁଲାନ୍ସଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିଲା ଏବଂ ଏଥିରେ ଥିବା ୫ ଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଥିଲେ।
ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ
ପୁଲିସ ଅଧୀକ୍ଷକ ରବୀନା ତ୍ୟାଗୀ କହିଛନ୍ତି ଯେ, ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ, ତେବେ ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ମଧ୍ୟରେ ଆମ୍ବୁଲାନ୍ସର ଦୁଇ ଜଣ ଡ୍ରାଇଭର ଏବଂ ଅନ୍ୟ ତିନି ଜଣ ବ୍ୟକ୍ତି ରହିଛନ୍ତି। କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।
What's Your Reaction?