ଜମୁଇ ପରେ ସମସ୍ତୀପୁରରେ ନାବାଳିକାଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ , ଭାଇରାଲ ଭିଡିଓକୁ ନେଇ ତନାଘନା

Sep 24, 2026 - 12:03
ଜମୁଇ ପରେ ସମସ୍ତୀପୁରରେ ନାବାଳିକାଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ , ଭାଇରାଲ ଭିଡିଓକୁ ନେଇ ତନାଘନା

କର୍ପୂରୀଗ୍ରାମ ଥାନା ଅଧୀନ ଜଗତସିଂହପୁର ଅଞ୍ଚଳରେ ଜଣେ ନାବାଳିକା ଓ ତାଙ୍କ ସହ ଥିବା ଜଣେ ଯୁବକଙ୍କୁ କିଛି ଲୋକ ଘେରିଥିବା ଏବଂ ନାବାଳିକାଙ୍କ ସହ ଅଭଦ୍ର ବ୍ୟବହାର କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।  

ଜମୁଇ ପରେ ବିହାରର ସମସ୍ତୀପୁରରୁ ପୁଣି ସାମ୍ନାକୁ ଆସିଛି ନାବାଳିକାଙ୍କ ସହ ଦୁର୍ବ୍ୟବହାରର ଅଭିଯୋଗ । କର୍ପୂରୀଗ୍ରାମ ଥାନା ଅଧୀନ ଜଗତସିଂହପୁର ଅଞ୍ଚଳରେ ଜଣେ ନାବାଳିକା ଓ ତାଙ୍କ ସହ ଥିବା ଜଣେ ଯୁବକଙ୍କୁ କିଛି ଲୋକ ଘେରିଥିବା ଏବଂ ନାବାଳିକାଙ୍କ ସହ ଅଭଦ୍ର ବ୍ୟବହାର କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।  ସୂଚନା ଅନୁସାରେ, ଦୁଇଜଣ ଫଟୋ ଉଠାଇବା ପାଇଁ ରାସ୍ତା କଡ଼ରେ ଅଟକିଥିବା ବେଳେ କିଛି ଯୁବକ ସେମାନଙ୍କୁ ଘେରିଥିଲେ । ଭାଇରାଲ ଭିଡିଓରେ ନାବାଳିକାଙ୍କୁ ଅଟକାଇବା, ଗାଳିଗୁଲଜ କରିବା ଓ ତାଙ୍କ ସହ ଅଭଦ୍ର ବ୍ୟବହାର କରାଯାଉଥିବା ଦେଖାଯାଇଥିବା ରିପୋର୍ଟ ହୋଇଛି । ଘଟଣାରେ ଥିବା ଭିଡିଓକୁ ପୁଲିସ ଯାଞ୍ଚ କରୁଛି । 

ଭିଡିଓ ଭାଇରାଲ ହେବା ପରେ ପୁଲିସ ତତ୍ପର ହୋଇଛି । ସମସ୍ତୀପୁର ପୁଲିସ ଭିଡିଓ ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ସଦ୍ୟ ରିପୋର୍ଟ ଅନୁସାରେ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଛି ଏବଂ ଘଟଣାର ସମସ୍ତ ପାର୍ଶ୍ୱକୁ ନେଇ ତଦନ୍ତ ଚାଲିଛି ।  ଜମୁଇ ଘଟଣା ପରେ ସମସ୍ତୀପୁରର ଏହି ଘଟଣା ପୁଣି ଚର୍ଚ୍ଚାକୁ ଆଣିଛି ନାବାଳିକାଙ୍କ ସୁରକ୍ଷା ପ୍ରସଙ୍ଗ । ପୁଲିସ ଭିଡିଓର ସତ୍ୟତା ଓ ଘଟଣାର ସମ୍ପୂର୍ଣ୍ଣ ପରିସ୍ଥିତି ଯାଞ୍ଚ କରୁଥିବା ବେଳେ, ଜଡ଼ିତ ସମସ୍ତଙ୍କ ଭୂମିକା ନେଇ ତଦନ୍ତ ଜାରି ରହିଛି । 

What's Your Reaction?

like

dislike

love

funny

angry

sad

wow