ଜମୁନା ଏକ୍ସପ୍ରେସ୍ ୱେରେ ଜଳିଗଲା ସ୍ଲିପର ବସ୍, ୯ ଯାତ୍ରୀଙ୍କ ମୃତ୍ୟୁ

Sep 24, 2026 - 12:43
ଜମୁନା ଏକ୍ସପ୍ରେସ୍ ୱେରେ ଜଳିଗଲା ସ୍ଲିପର ବସ୍, ୯ ଯାତ୍ରୀଙ୍କ ମୃତ୍ୟୁ

ମିଳିଥିବା ସୂଚନା ଅନୁସାରେ, ଯମୁନା ଏକ୍ସପ୍ରେସ୍‌ୱେରେ ଦାୟନତପୁର ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ବସ୍‌ରେ ନିଆଁ ଲାଗିବା ପରେ ଡ୍ରାଇଭର ଏକ୍ସପ୍ରେସ୍‌ୱେରେ ବସ୍‌ଟିକୁ ଅଟକାଇଥିଲେ।

ଭୋର ସୁଦ୍ଧା ଏହି ଅଗ୍ନିକାଣ୍ଡରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଘଟଣା ସମୟରେ ବସ୍‌ରେ ପ୍ରାୟ ୩୫ ଜଣ ଯାତ୍ରୀ ଥିବା କୁହାଯାଉଛି। ନିଆଁ ଲାଗିବା ପରେ ବସ୍‌ ଭିତରେ ଆତଙ୍କ ଖେଳିଯାଇଥିଲା। ଅନେକ ଯାତ୍ରୀ ବସ୍‌ର ଝରକା ଦେଇ ଡେଇଁ ନିଜ ଜୀବନ ବଞ୍ଚାଇଥିଲେ। 

 ଦିଲ୍ଲୀରୁ ଉତ୍ତରପ୍ରଦେଶ-ବିହାର ଯାଉଥିବା ସ୍ଲିପର୍ ବସ୍‌କୁ ନେଇ ଆଉ ଏକ ଭୟାବହ ଘଟଣା ସାମ୍ନାକୁ ଆସିଛି। ବିଳମ୍ବିତ ରାତିରେ ଯମୁନା ଏକ୍ସପ୍ରେସ୍‌ୱେରେ ଏକ ସ୍ଲିପର୍ ବସ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ୯  ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନେକ ଯାତ୍ରୀ ଗୁରୁତର ଭାବେ ଜଳିଯାଇଛନ୍ତି। ପରିସ୍ଥିତି ଏପରି ଥିଲା ଯେ, ଅନେକ ଯାତ୍ରୀ ବସ୍‌ରୁ ଡେଇଁ ନିଜ ଜୀବନ ବଞ୍ଚାଇଥିଲେ। ରିପୋର୍ଟ ଅନୁସାରେ, ଦୁର୍ଘଟଣାଗ୍ରସ୍ତ ବସ୍‌ଟି ଦିଲ୍ଲୀରୁ ମହୋବା ଯାଉଥିଲା। ବସ୍‌ର ନମ୍ବର ଈଜ୩୨ ଚଇ୮୬୪୭। ଏହି ବସ୍‌ଟି ରାଜ କଳ୍ପନା ଟ୍ରାଭେଲ୍ସର ବୋଲି ଜଣାପଡ଼ିଛି। ରାଜ କଳ୍ପନା ଟ୍ରାଭେଲ୍ସ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ବିହାରକୁ ବସ୍ ସେବା ଯୋଗାଇଥାଏ। ଏପର୍ୟ୍ୟନ୍ତ ମୃତକଙ୍କ ପରିଚୟ ସମ୍ପର୍କିତ ସୂଚନା ସାମ୍ନାକୁ ଆସିନାହିଁ।

ଯମୁନା ଏକ୍ସପ୍ରେସ୍‌ୱେରେ ଦାୟନତପୁର ଗାଁ ନିକଟରେ ଦୁର୍ଘଟଣା
ମିଳିଥିବା ସୂଚନା ଅନୁସାରେ, ଯମୁନା ଏକ୍ସପ୍ରେସ୍‌ୱେରେ ଦାୟନତପୁର ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ବସ୍‌ରେ ନିଆଁ ଲାଗିବା ପରେ ଡ୍ରାଇଭର ଏକ୍ସପ୍ରେସ୍‌ୱେରେ ବସ୍‌ଟିକୁ ଅଟକାଇଥିଲେ। ଭୋର ସୁଦ୍ଧା ଏହି ଅଗ୍ନିକାଣ୍ଡରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଘଟଣା ସମୟରେ ବସ୍‌ରେ ପ୍ରାୟ ୩୫ ଜଣ ଯାତ୍ରୀ ଥିବା କୁହାଯାଉଛି। ନିଆଁ ଲାଗିବା ପରେ ବସ୍‌ ଭିତରେ ଆତଙ୍କ ଖେଳିଯାଇଥିଲା। ଅନେକ ଯାତ୍ରୀ ବସ୍‌ର ଝରକା ଦେଇ ଡେଇଁ ନିଜ ଜୀବନ ବଞ୍ଚାଇଥିଲେ।

ଏକ୍ସପ୍ରେସ୍‌ୱେ କଡ଼ରେ ଧୂ-ଧୂ ହୋଇ ଜଳିଲା ବସ୍
ଗ୍ରେଟର ନୋଏଡାରେ ଗତ ରାତିରେ ଘଟିଥିବା ବସ୍‌ ଦୁର୍ଘଟଣା ଘଟଣାର ସଂଜ୍ଞାନ ନେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ଆହତଙ୍କ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ମୃତକଙ୍କ ପରିବାର ସହ କଥା ହୋଇ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆହତମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ସେ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ କାର୍ୟ୍ୟାଳୟ  ପକ୍ଷରୁ ଏହି ସୂଚନା ଦିଆଯାଇଛି। 

What's Your Reaction?

like

dislike

love

funny

angry

sad

wow