ଜମ୍ମୁ ଓ କାଶ୍ମୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଓମାର ଅବଦୁଲ୍ଲାଙ୍କ ନାଁ ଘୋଷଣା
ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନରେ ନ୍ୟାସନାଲ କନଫରେନସ ନେତୃତ୍ଵାଧୀନ ମେଣ୍ଟର ବଡ଼ ବିଜୟ । ସରକାର କରିବାକୁ ଯାଉଛନ୍ତି ନ୍ୟାସନାଲ କନଫରେନ୍ସ ଓ କଂଗ୍ରେସ ମେଣ୍ଟ। ୪୮ ଟି ଆସନରେ ଆଗୁଆ ରହିଛି ମେଣ୍ଟ । ନ୍ୟାସନାଲ କନଫରେନ୍ସ ୪୨ଟି ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୬ଟି ଆସନରେ ଆଗୁଆ ରହିଛି । ବିଜୟ ପକ୍କା ଜଣାପଡ଼ିବା ପରେ ଓମାର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ହେବେ ବୋଲି ହୋଇଛି ନିଷ୍ପତ୍ତି । ଏହି ସୂଚନା ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓମାରଙ୍କ ବାପା ଫାରୁକ ଅବଦୁଲ୍ଲା ।
What's Your Reaction?