ଜୟପୁର ବଡ଼ପଦା ନଦୀରେ ୧୦ ଫୁଟର କୁମ୍ଭୀର ଭାଇରାଲର ପର୍ଦ୍ଦାଫାସ, ଦୁଇଜଣଙ୍କୁ ଧରି ପୁଲିସକୁ ଜିମା ଦେଲେ ଲୋକେ
ବୋରିଗୁମ୍ମା ବନ ବିଭାଗ। ଦୁଇ ଅଭିଯୁକ୍ତ ହେଲେ ବଡ଼ପଡ଼ା ଗ୍ରାମର ଦୁଇ ଭାଇ ପୂର୍ଣ୍ଣ ଭୂମିଆ ଓ ସୁରେନ୍ଦ୍ର ଭୂମିଆଙ୍କୁ ବୋରିଗୁମା ଥାନାରେ ଜିମା ଦେଇଛନ୍ତି। ସେମାନଙ୍କ ନାମରେ ଆଇଟି ଆକ୍ଟ ଅନୁସାରେ, ମାମଲା ରୁଜୁ କରାଯାଇ ତଦନ୍ତ ହେବ।
ଗତ ୩୧ରେ ବଡ଼ପଡ଼ା ନଦୀ ପଠାରେ ଏକ ବିରାଟ କୁମ୍ଭୀର ଥିବା ନେଇ ଏକ ଫଟୋ ଭାଇରାଲ ହୋଇଥିଲା। କିଛି ଗଣମାଧ୍ୟମ ଏହି ଫଟୋକୁ ନେଇ ଖବର ପ୍ରସାରଣ ମଧ୍ୟ କରିଥିଲେ।
ଜୟପୁର ସଦର ବ୍ଲକ ଜୟନ୍ତୀଗିରି ପଞ୍ଚାୟତର ବଡ଼ପଡ଼ା ନଦୀରେ ୧୦ ଫୁଟିଆ କୁମ୍ଭୀର ଭାଇରାଲ ଘଟଣାର ପର୍ଦ୍ଦାଫାସ କରିଛି ବନ ବିଭାଗ। ନଦୀରେ କୌଣସି କୁମ୍ଭୀର ନାହିଁ, ବରଂ ଏହା ଏକ ଏଆଇ ପ୍ରସ୍ତୁତ ନକଲି ଫଟୋ ବୋଲି ବନ ବିଭାଗ ସ୍ପଷ୍ଟ କରିଛି। ଏହି ମିଥ୍ୟା ଫଟୋ ଜରିଆରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇବା ଅଭିଯୋଗରେ ଦୁଇ ଭାଇଙ୍କୁ ଧରିଛି
ବୋରିଗୁମ୍ମା ବନ ବିଭାଗ। ଦୁଇ ଅଭିଯୁକ୍ତ ହେଲେ ବଡ଼ପଡ଼ା ଗ୍ରାମର ଦୁଇ ଭାଇ ପୂର୍ଣ୍ଣ ଭୂମିଆ ଓ ସୁରେନ୍ଦ୍ର ଭୂମିଆଙ୍କୁ ବୋରିଗୁମା ଥାନାରେ ଜିମା ଦେଇଛନ୍ତି। ସେମାନଙ୍କ ନାମରେ ଆଇଟି ଆକ୍ଟ ଅନୁସାରେ, ମାମଲା ରୁଜୁ କରାଯାଇ ତଦନ୍ତ ହେବ। ଗତ ୩୧ରେ ବଡ଼ପଡ଼ା ନଦୀ ପଠାରେ ଏକ ବିରାଟ କୁମ୍ଭୀର ଥିବା ନେଇ ଏକ ଫଟୋ ଭାଇରାଲ ହୋଇଥିଲା। କିଛି ଗଣମାଧ୍ୟମ ଏହି ଫଟୋକୁ ନେଇ ଖବର ପ୍ରସାରଣ ମଧ୍ୟ କରିଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଷୀ ତଥା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ତେବେ ଖବର ପ୍ରସାରଣ ପରେ ବନ ବିଭାଗ ତଦନ୍ତ କରିଥିଲା। ପରେ ଜଣାପଡ଼ିଥିଲା ଯେ, ଏହା ଏଆଇ ଦ୍ୱାରା ମୋବାଇଲରେ ପ୍ରସ୍ତୁତ କରାଯାଇଥିବା ଏକ ଫଟୋ। ସୋସିଆଲ ମିଡିଆରେ ଭାଇରାଲ କରିଥିବା ୨ ଭାଇଙ୍କୁ ବନ ବିଭାଗ କାବୁ କରି ବୋରିଗୁମ୍ମା ପୁଲିସ ହାତରେ ଜିମା ଦେଇଛନ୍ତି। ପୁଲିସ ତାଙ୍କୁ ଚେତାବନୀ ଦେଇ ଛାଡ଼ିଦେଇଛି। ଅଷ୍ଟମ କ୍ଲାସ ପାଠ ପଢ଼ିଥିବା ଏହି ଯୁବକ କିପରି ଏଆଇ ମଧ୍ୟମରେ କୁମ୍ଭୀର ଫଟୋ କଲେ, ତା’ର ଡେମୋ ମଧ୍ୟ ଅଧିକାରୀଙ୍କ ଆଗରେ କରି ଦେଖାଇଛନ୍ତି। ଭାଇରାଲ ଫଟୋକୁ ନେଇ ଗଣ ମାଧ୍ୟମ ଖବର ପ୍ରସାରଣ କରିବା ପୂର୍ବରୁ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରି ପ୍ରସାରଣ କରନ୍ତୁ ବୋଲି ଅନୁରୋଧ କରିଛନ୍ତି ବନ ବିଭାଗ ଅଧିକାରୀ।
What's Your Reaction?