ଟ୍ରଷ୍ଟ ଗଠନ ନେଇ ସ୍ପଷ୍ଟୀକରଣ ରଖିଲେ ନବୀନ ପଟ୍ଟନାୟକ
ଟ୍ରଷ୍ଟ ଗଠନ ନେଇ ଅନେକ ଚର୍ଚ୍ଚା ମଧ୍ଯରେ ସ୍ପଷ୍ଟୀକରଣ ରଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।ସେ କହିଛନ୍ତି ଯେ, ‘ଦାନଦକ୍ଷିଣା କାମ ପାଇଁ ଜଣାଶୁଣା ଥିଲେ ବିଜୁ ବାବୁ ’। ୩୦ ବର୍ଷ ବୟସରେ ସେ ବିଜ୍ଞାନର ପ୍ରଚାରପ୍ରସାର ପାଇଁ ଦାନ କରିଥିଲେ କଳିଙ୍ଗ ଯୁନେସ୍କୋ ପୁରସ୍କାର। ମୁଁ, ମୋ ଭାଇଭଉଣୀ କଟକ ଆନନ୍ଦ ଭବନକୁ ଓଡ଼ିଶାବାସୀଙ୍କୁ ଦାନ କରିଥିଲୁ’। ବେକ ଅପରେସନ ପାଇଁ ମୁମ୍ବାଇ ପୂର୍ବରୁ ପ୍ରଥମେ ଦିଲ୍ଲୀ ଯାଇଥିଲି’ । ସେଠି ଅନେକ ବଡ଼ ବଡ଼ ଓକିଲ ଓ ସିଏ ଙ୍କୁ ଭେଟି ମୁଁ ବିଜୁ ବାବୁଙ୍କ ନାଁରେ ଏକ ଟ୍ରଷ୍ଟ ଗଠନ କରିବାକୁ ନେଇଥିଲି ନିଷ୍ପତ୍ତି ’। ମୋ ନିଜ ପାଣ୍ଠିରୁ ୧ ଲକ୍ଷ ଟଙ୍କାର ଛୋଟ ଅର୍ଥ ରାଶିରୁ ଆରମ୍ଭ କରିଥିଲି’ ଟ୍ରଷ୍ଟ। ବିଜେଡି କିମ୍ବା ଅନ୍ୟ ଦଳୀୟ ପାଣ୍ଠି ସହ ଏହାର ନାହିଁ କୌଣସି ସମ୍ପର୍କ,ତେଣୁ ନଜାଣି କୌଣସି ଅପପ୍ରଚାର କରନ୍ତୁ ନାହିଁ ବୋଲି କହିଛନ୍ତି ନବୀନ ପଟ୍ଟନାୟକ।
What's Your Reaction?