ଟ୍ରେନରେ ଯାତ୍ରା ସମୟରେ ‘ଜୋମାଟୋ’ରୁ ଅର୍ଡର ହେବ ଖାଦ୍ୟ
![ଟ୍ରେନରେ ଯାତ୍ରା ସମୟରେ ‘ଜୋମାଟୋ’ରୁ ଅର୍ଡର ହେବ ଖାଦ୍ୟ](https://kalingascroll.in/uploads/images/202409/image_870x_66e534cd97ad3.jpg)
ଟ୍ରେନରେ ଯାତ୍ରା କରିବା ସମୟରେ ‘ଜୋମାଟୋ’ରୁ ନିଜ ମନପସନ୍ଦର ଖାଦ୍ୟ କରିପାରିବେ ଅର୍ଡର। ଏହି ସେବା ପାଇଁ ଆଇଆରସିଟିସି ସହ ବୁଝାମଣା ସ୍ବାକ୍ଷର କରିଛି ‘ଜୋମାଟୋ’। କଂପାନିର ଏହି ସେବା ଏବେ ଆରମ୍ଭ ହୋଇଛି ଦେଶର ଅନେକ ସହରରେ। ଜୋମାଟୋ ଅନୁଯାୟୀ ଦେଶର ୮୮ଟି ସହରରେ ଏହାର ଟ୍ରେନ୍ ଫୁଡ୍ ଡେଲିଭରି ସେବା ରହିଛି ଉପଲବ୍ଧ । ଏହି ସେବା ମାଧ୍ୟମରେ କମ୍ପାନୀ ବର୍ତ୍ତମାନ ସୁଦ୍ଧା ଦେଶର ୧୦୦ରୁ ଅଧିକ ରେଳ ଷ୍ଟେସନରେ ଯାତ୍ରୀମାନଙ୍କୁ ୧୦ ଲକ୍ଷରୁ ଅଧିକ ଅର୍ଡର କରିସାରିଛି ପ୍ରଦାନ । ଜୋମାଟୋ ପକ୍ଷରୁ ଏହି ସେବାର ନାମ 'ଜୋମାଟୋ-ଫୁଡ୍ ଡେଲିଭରି ଇନ୍ ଟ୍ରେନ୍' ରଖାଯାଇଛି। ଜୋମାଟୋର ସହ ପ୍ରତିଷ୍ଠାତା ତଥା ସିଇଓ ଦୀପିନ୍ଦର ଗୋୟଲ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏ ସମ୍ପର୍କରେ ଦେଇଛନ୍ତି ସୂଚନା
What's Your Reaction?
![like](https://kalingascroll.in/assets/img/reactions/like.png)
![dislike](https://kalingascroll.in/assets/img/reactions/dislike.png)
![love](https://kalingascroll.in/assets/img/reactions/love.png)
![funny](https://kalingascroll.in/assets/img/reactions/funny.png)
![angry](https://kalingascroll.in/assets/img/reactions/angry.png)
![sad](https://kalingascroll.in/assets/img/reactions/sad.png)
![wow](https://kalingascroll.in/assets/img/reactions/wow.png)