ମତଦାନର କୌଣସି ଇଭିଏମ୍ ଯାଞ୍ଚ ପାଇଁ ଚୟନ କରିପାରିବେ ପରାଜିତ ପ୍ରାର୍ଥୀ

Jul 17, 2024 - 13:52
 0  1
ମତଦାନର କୌଣସି ଇଭିଏମ୍ ଯାଞ୍ଚ ପାଇଁ ଚୟନ କରିପାରିବେ ପରାଜିତ ପ୍ରାର୍ଥୀ

ଭୋଟିଂ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ ଭାରତୀୟ ନିର୍ବାଚନ ଆୟୋଗ ଏକ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି । ଯଦି ମତଦାନ କେନ୍ଦ୍ରରେ କୌଣସି ଗଡ଼ବଡ଼ ହୋଇଥିବା ନେଇ କୌଣସି ପ୍ରାର୍ଥୀ ଆଶଙ୍କା କରନ୍ତି ତେବେ ସେ କ୍ଷେତ୍ରରେ ସେ କୌଣସି ମତଦାନର କୌଣସି ଇଭିଏମ୍ ଯାଞ୍ଚ ପାଇଁ ଚୟନ କରିପାରିବେ । ସେ ଇଭିଏମର ଡାଟା ଓ ଭିଭିପାଟ ପର୍ଚିକୁ ମ୍ୟାଚ କରିପାରିବେ । ନିୟମାନୁସାରେ, ପ୍ରାର୍ଥୀମାନେ ନିଜର ପସନ୍ଦର କୌଣସି ବୁଥ ଓ ଇଭିଏମର କ୍ରମ ସଂଖ୍ୟା ଦାଖଲ କରି ଆବଶ୍ୟକ ଶୁଳ୍କ ଦେଇ ଯାଞ୍ଚ କରିପାରିବେ । ଲୋକସଭା ନିର୍ବାଚନ ସମୟରେ ଇଭିଏମ୍ ଓ ଭିଭିଭିପାଟର ମେମୋରୀ ଭେରିଫିକେସନ ପାଇଁ ପ୍ରତି ମେଶିନ ପାଇଁ ୪୦ ହଜାର ଟଙ୍କା ଓ ତା’ ଉପରେ ଲାଗୁଥିବା ୧୮ ପ୍ରତିଶତ ଜିଏସଏସଟି ଆଡଭାନ୍ସ ଭାବେ ଜମା କରିବାକୁ ପଡ଼ିଥାଏ । ଆୟୋଗଙ୍କ ଟେକନିକ ବିଶେଷଜ୍ଞଙ୍କ ଟିମ୍ ସମସ୍ତଙ୍କ ଆଗରେ ଡାଟା ଭେରିଫାଏ କରିଥାନ୍ତି । ଯଦି ଅଭିଯୋଗ ସଠିକ୍ ପ୍ରମାଣିତ ହୁଏ ତେବେ ଅଭିଯୋଗକାରୀଙ୍କ ସମସ୍ତ ଅର୍ଥ ଫେରସ୍ତ କରାଯିବ । ଅନ୍ୟପକ୍ଷରେ ଅଭିଯୋଗ ସଠିକ୍ ସାବ୍ୟସ୍ତ ନହେଲେ ଶୁଳ୍କ ଜବତ କରାଯିବ ।

What's Your Reaction?

like

dislike

love

funny

angry

sad

wow