ତାମିଲନାଡୁରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଶବ ଆଣିବାକୁ ସରକାରୀ ସହାୟତା ଦାବି
ମୃତ ଶ୍ରମିକ ହେଲେ ଗୁଡ଼ଭେଲା ବ୍ଲକ୍ ତୁଷୁରା ଥାନା ଅଧୀନ ଲିଖିରିଆ ଗାଁର ମନୋଜ ଭୋଇ । ସୂଚନା ଅନୁସାରେ, ମନୋଜ ପ୍ରାୟ ଦୁଇ ବର୍ଷ ହେଲା ତାମିଲନାଡୁରେ ରହି ଉତୁକୁଲି ଅଞ୍ଚଳର ଏକ କାରଖାନାରେ କାମ କରୁଥିଲେ ।
କାମ କରୁଥିବା ବେଳେ ପ୍ରାଣ ହରାଇଲେ ବଲାଙ୍ଗିରର ଜଣେ ଶ୍ରମିକ । ମୃତ ଶ୍ରମିକ ହେଲେ ଗୁଡ଼ଭେଲା ବ୍ଲକ୍ ତୁଷୁରା ଥାନା ଅଧୀନ ଲିଖିରିଆ ଗାଁର ମନୋଜ ଭୋଇ । ସୂଚନା ଅନୁସାରେ, ମନୋଜ ପ୍ରାୟ ଦୁଇ ବର୍ଷ ହେଲା ତାମିଲନାଡୁରେ ରହି ଉତୁକୁଲି ଅଞ୍ଚଳର ଏକ କାରଖାନାରେ କାମ କରୁଥିଲେ । ଆଜି ସକାଳେ କାମ କରୁଥିବା ବେଳେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
ମନୋଜଙ୍କ ମୃତ୍ୟୁ ଖବର ପାଇବା ପରେ ପରିବାର ଲୋକ ତାମିଲନାଡୁ ଅଭିମୁଖେ ବାହାରିଛନ୍ତି । ହେଲେ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ମୃତଦେହକୁ ଗାଁକୁ ଆଣିବା ପାଇଁ ସେମାନେ ଅସମର୍ଥ ଥିବା କହିଛନ୍ତି । ତେଣୁ ମନୋଜଙ୍କ ମୃତଦେହ ଓଡ଼ିଶାକୁ ଆଣିବାରେ ରାଜ୍ୟ ସରକାର ସହାୟତା କରନ୍ତୁ ବୋଲି ପରିବାର ପକ୍ଷରୁ ଦାବି ହୋଇଛି। ଏ ଦିଗରେ ସରକାର ତୁରନ୍ତ ଦୃଷ୍ଟି ଦିଅନ୍ତୁ ବୋଲି ସାଧାରଣରେ ମଧ୍ୟ ଦାବି ଉଠିଛି ।
What's Your Reaction?