ତିରୁପତି ଲଡ଼ୁ ବିବାଦ: ଘିଅକୁ ନେଇ ସ୍ପଷ୍ଟୀକରଣ ଦେଲା ଅମୁଲ୍‌

Sep 21, 2024 - 13:09
 0  2
ତିରୁପତି ଲଡ଼ୁ ବିବାଦ: ଘିଅକୁ ନେଇ ସ୍ପଷ୍ଟୀକରଣ ଦେଲା ଅମୁଲ୍‌

ତିରୁପତି ବାଲାଜୀ ମନ୍ଦିରରେ ଦିଆଯାଇଥିବା ପ୍ରସାଦରେ ପଶୁ ଚର୍ବିର ବ୍ୟବହାରକୁ ନେଇ ସ୍ପଷ୍ଟୀକରଣ ଦେଇଛି ଡେୟରୀ ପ୍ରଡକ୍ଟ କମ୍ପାନୀ ଅମୁଲ। ଅମୁଲ କହିଛି ଯେ ତିରୁମାଲା ତିରୁପତି ଦେବସ୍ଥାନମ୍ କୁ କେବେ ଯୋଗାଇ ଦିଆଯାଇନାହିଁ ଘିଅ।"କିଛି ସାମାଜିକ ଗଣମାଧ୍ଯମ ପୋଷ୍ଟର ଦର୍ଶାଯାଉଛି ଯେ, ତିରୁମାଲା ତିରୁପତି ଦେବସ୍ଥାନମ୍  କୁ ଯୋଗାଯାଉଛି ଅମୁଲ ଘିଅ । ମାତ୍ର ଆମେ ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ, ଅମୁଲ ଘିଅ ଆମ ଅତ୍ୟାଧୁନିକ ଉତ୍ପାଦନ ସୁବିଧାରୁ ନିର୍ମିତ, ଯାହାକି ଆଇଏସ୍‌ଓ ଅନୁମୋଦିତ।  ଉଚ୍ଚମାନର ଶୁଦ୍ଧ କ୍ଷୀର ଚର୍ବିରୁ ଅମୁଲ ଘିଅ ତିଆରି ବୋଲି କହିଛି କମ୍ପାନୀ। ଅନ୍ୟପଟେ ଏହି ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଶୋଭା କରନ୍ଦଲାଜେ ।

What's Your Reaction?

like

dislike

love

funny

angry

sad

wow