ଦକ୍ଷିଣ ଭାରତରେ ପ୍ରବଳ ବର୍ଷା

Sep 2, 2024 - 13:20
 0  5
ଦକ୍ଷିଣ ଭାରତରେ ପ୍ରବଳ ବର୍ଷା

ବର୍ଷା ଯୋଗୁ ଦୁଇ ରାଜ୍ଯ ଆନ୍ଧ୍ରପ୍ରଦେଶ ଓ ତେଲାଙ୍ଗନାରେ ଜନଜୀବନ ବିପର୍ଯ୍ୟସ୍ତ। ପ୍ରବଳ ବର୍ଷା ନେଇ ନାଲି ସତର୍କତା ଜାରିକରାଯାଇଥିବାରୁ ଆଜି ତେଲାଙ୍ଗାନାରେ ଛୁଟି ଘୋଷଣା କରାଯାଇଛି ସମସ୍ତ ସରକାରୀ ଓ ଘରୋଇ ପ୍ରତିଷ୍ଠାନ। ଶିଶୁମାନଙ୍କ ପ୍ରତି ସତର୍କ ଦୃଷ୍ଟି ରଖିବା ଲାଗି ଅଭିଭାବକଙ୍କୁ ଦିଆଯାଇଛି ପରାମର୍ଶ।ଲଘୁଚାପ ଯୋଗୁଁ ତେଲଙ୍ଗାନାରେ ପାଗ ଖରାପ ରହିବା ସହ ଜାରି ରହିଛି ବର୍ଷା। ସେପଟେ ଆନ୍ଧ୍ରପ୍ରଦେଶ ବିଜୟୱାଡାରେ  ୯  ଛୁଇଁଲାଣି ମୃତ୍ଯୁ ସଂଖ୍ଯା। ପ୍ରବଳ ବର୍ଷା ଜାରି ରହିବା ଯୋଗୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଛି ଜନଜୀବନ।କ୍ରିଷ୍ଣା ଓ ଗୁଣ୍ଟୁର ଜିଲ୍ଲାରେ ହୋଇଛି ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା । ରାଜ୍ଯରେ ବନ୍ଯାସ୍ଥିତି ନେଇ ସମୀକ୍ଷା କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ଯମନ୍ତ୍ରୀ ଏନ. ଚନ୍ଦ୍ରାବାବୁ ନାଇଡୁ। ବିଭିନ୍ନ ସ୍ଥାନରେ ଉଦ୍ଧାର ଓ ରିଲିଫ ଅଭିଯାନ ତ୍ବରାନ୍ବିତ କରିବା ଲାଗି ସେ ଦେଇଛନ୍ତି ନିର୍ଦ୍ଦେଶ।

What's Your Reaction?

like

dislike

love

funny

angry

sad

wow