ଦଶମୂଳ ମୋଦକ ଚୋରି ଘଟଣାର ରିପୋର୍ଟ ତଲବ

The Law Minister has demanded a report regarding the theft of Dashamula Modaks offered to Lord Jagannath. Action will be taken after the report is received from the Shree Jagannath Temple. Allegations claim that 70 modaks were stolen and later rotten modaks were offered to the deity. A letter has been sent by Haladhar Das Mahapatra, Lord Balabhadra’s representative, to the Chief Administrator seeking accountability and disciplinary action.

Jun 24, 2025 - 12:52
 0  1
ଦଶମୂଳ ମୋଦକ ଚୋରି ଘଟଣାର ରିପୋର୍ଟ ତଲବ

ମହାପ୍ରଭୁଙ୍କ ଦଶମୂଳ ମୋଦକ ଚୋରି ଘଟଣାରେ ରିପୋର୍ଟ ତଲବ କଲେ ଆଇନମନ୍ତ୍ରୀ । ସେ କହିଛନ୍ତି ଯେ, ଶ୍ରୀମନ୍ଦିରରୁ ରିପୋର୍ଟ ଆସିବା ପରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଏପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବିଭ୍ରାଟ ନେଇ ନିଯୋଗକୁ ରିପୋର୍ଟ ମାଗିଥିବା ମିଳିଛି ସୂଚନା  । ଶ୍ରୀଜିଉଙ୍କ ମୋଦକ ଚୋରି ହେବା ପରେ, ମହାପ୍ରଭୁଙ୍କଠାରେ ଲାଗି ହୋଇଥିଲା, ମାରା ମୋଦକ । ୭୦ଟି ମୋଦକ ଚୋରି ହୋଇଯାଇଥିବା ହୋଇଥିଲା ଅଭିଯୋଗ । ତେବେ ମାରା ହୋଇଯାଇଥିବା ମୋଦକକୁ କିଭଳି ମହାପ୍ରଭୁଙ୍କୁ ସମର୍ପିତ କରାଗଲା ଏହି ଅପରାଧ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଛନ୍ତି ବଳଭଦ୍ରଙ୍କ ବାଡଗ୍ରାହୀ ହଳଧର ଦାସ ମହାପାତ୍ର। 

What's Your Reaction?

like

dislike

love

funny

angry

sad

wow