ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ
ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଆସନ୍ତା ୪ ତାରିଖରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ରହିଛି ସମ୍ଭାବନା । ପରେ ଏହା ଘନୀଭୂତ ହୋଇ ନେଇପାରେ ଅବପାତର ରୂପ । ଅବପାତଟି ଛତିଶଗଡ଼ମୁହାଁ ହେବା ନେଇ ମଧ୍ୟ କରାଯାଇଛି ଆକଳନ । ଏହାର ପ୍ରଭାବରେ ୪ ତାରିଖରୁ ପୁଣି ପ୍ରବଳ ବର୍ଷା ହେବ ବୋଲି ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।ଅନ୍ୟପକ୍ଷରେ ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ ଇତିମଧ୍ୟରେ ନେଇଛି ଅବପାତର ରୂପ । ଏଥିଯୋଗୁ ରାଜ୍ୟର କିଛି ଅଞ୍ଚଳରେ ଲାଗି ରହିଛି ବର୍ଷା ।
Jangyaseni Parida