ଦୁଇ ଦିନିଆ ଇସ୍ରାଏଲ୍ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ

Feb 25, 2026 - 12:43
 0  2
ଦୁଇ ଦିନିଆ ଇସ୍ରାଏଲ୍ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ

ଆଜିଠୁ ଦୁଇଦିନିଆ ଇସ୍ରାଏଲ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।ଭାରତ-ଇସ୍ରାଏଲ୍ ରଣନୀତିକ ସହଭାଗୀତାରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ପ୍ରଗତିର ସମୀକ୍ଷା କରିବେ ଦୁଇ ନେତା। ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା,ନବସୃଜନ,ପ୍ରତିରକ୍ଷା ଓ ସୁରକ୍ଷା,କୃଷି, ଜଳ ସେଚନ,ବାଣିଜ୍ୟ ଓ ଅର୍ଥବ୍ୟବସ୍ଥା ତଥା ଲୋକଙ୍କ ମଧ୍ୟରେ ଆଦାନପ୍ରଦାନ ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗ ଉପରେ ହେବ ଆଲୋଚନା। ଦୁଇ ନେତାଙ୍କ ମଧ୍ୟରେ ପାରସ୍ପାରିକ ହିତର କ୍ଷେତ୍ରୀୟ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ହୋଇପାରେ ବି ବିଚାର-ବିମର୍ଶ।ଏହି ଗସ୍ତ ସମୟରେ ଇସ୍ରାଏଲ୍ ରାଷ୍ଟ୍ରପତି ଇସହାକ ହର୍ଜୋଗଙ୍କୁ ମଧ୍ୟ ସାକ୍ଷାତ କରିବେ ପ୍ରଧାନମନ୍ତ୍ରୀ ମୋଦୀ।ତେବେ ସବୁଠୁ ବଡ଼ କଥା ହେଲା ମୋଦୀଙ୍କ ଗସ୍ତ ପୂର୍ବରୁ ଇସ୍ରାଏଲରେ ଗଠନ ହୋଇଛି ଏକ ନୂଆ ମେଣ୍ଟ ହେକ୍ସାଗନ୍ ଗଠବନ୍ଧନ।

What's Your Reaction?

like

dislike

love

funny

angry

sad

wow