ଦୁଇ ଭାରତୀୟ ନାଗରିକଙ୍କୁ ଗୁଳି କରିଛି ବିଏସଏଫ: ବାଂଲାଦେଶର ଦାବି, ରଙ୍ଗପୁର ହସ୍ପିଟାଲରେ ହେଉଛନ୍ତି ଚିକିତ୍ସିତ
ପ୍ରଥମ ଆଲୋ ରିପୋର୍ଟ କରିଛି ଯେ ସୋମବାର ଅପରାହ୍ନରେ ରଙ୍ଗପୁର ମେଟ୍ରୋପଲିଟାନ୍ କୋତୱାଲି ପୁଲିସ ଷ୍ଟେସନରେ ବେଆଇନ ଭାବରେ ବାଂଲାଦେଶରେ ପ୍ରବେଶ କରିଥିବା ପାଇଁ ଦୁଇ ଜଣଙ୍କ ବିରୋଧରେ ଏକ ମାମଲା ଡିଟେକ୍ଟିଭ୍ ବ୍ରାଞ୍ଚ ସବ-ଇନ୍ସପେକ୍ଟର ଆବୁ ସୟିଦ ବାବାଲାଙ୍କ ଦ୍ୱାରା ରୁଜୁ କରାଯାଇଛି ଏବଂ ଏସଆଇ ପ୍ରଣୟ କୃଷ୍ଣ ଏହାର ତଦନ୍ତ କରୁଛନ୍ତି। ରଙ୍ଗପୁର ମେଟ୍ରୋପଲିଟାନ୍ ଡିଟେକ୍ଟିଭ୍ ବ୍ରାଞ୍ଚ ଡେପୁଟି କମିସନର ସନାତନ ଚକ୍ରବର୍ତ୍ତୀ ପ୍ରଥମ ଆଲୋକୁ କହିଛନ୍ତି ଯେ, ରବିବାର ଦିନ କୁରିଗ୍ରାମର ଉଲିପୁରର ସାହେବର ଆଲଗା ୟୁନିଅନର ଦାଇଖାୱା ଗ୍ରାମ ସୀମା ଦେଇ ଦୁଇ ଭାରତୀୟ ନାଗରିକ ଭାରତରୁ ମଇଁଷି ନେଇ ବାଂଲାଦେଶରେ ପ୍ରବେଶ କରିଥିଲେ।
ବାଂଲାଦେଶୀ ଗଣମାଧ୍ୟମ ଦାବି କରିଛି ଯେ, ଭାରତର ସୀମା ସୁରକ୍ଷା ବଳ (ବିଏସଏଫ) ଦୁଇଜଣ ଭାରତୀୟ ନାଗରିକଙ୍କୁ ଗୁଳି କରିଛି। ଖବର କାଗଜ ‘ପ୍ରଥମ ଆଲୋ’ରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, କୁରିଗ୍ରାମ ସୀମାରେ ଗୁଳିମାଡ଼ରେ ଆହତ ହୋଇଥିବା ଦୁଇ ଜଣ ଭାରତୀୟ ନାଗରିକଙ୍କୁ ପୁଲିସ ତତ୍ତ୍ୱାବଧାନରେ ରଙ୍ଗପୁର ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ରଙ୍ଗପୁର ମେଟ୍ରୋପଲିଟାନ୍ ଡିଟେକ୍ଟିଭ୍ ବ୍ରାଞ୍ଚ ପୁଲିସ ସୋମବାର ପ୍ରତ୍ୟୁଷରେ ସହରର ଏକ ଘରୋଇ କ୍ଲିନିକ୍ରୁ ଏହି ଦୁଇଜଣଙ୍କୁ ନିଜ ହେପାଜତକୁ ନେଇ ରଙ୍ଗପୁର ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଛି। ଆହତଙ୍କ ମଧ୍ୟରୁ ଜଣେ ହେଉଛନ୍ତି ୩୫ ବର୍ଷ ବୟସ୍କ ଇସମାଇଲ୍ ହୁସେନ୍ ଏବଂ ତାଙ୍କ ପିତାଙ୍କ ନାମ ଅବଦୁଲ୍ କରିମ୍ ଶେଖ୍। ସେ ଆସାମର ସିଂମାରି ଜିଲ୍ଲାର ଭୋରାମାରା ଗ୍ରାମର ବାସିନ୍ଦା। ଅନ୍ୟ ଆହତ ହେଉଛନ୍ତି ୩୯ ବର୍ଷ ବୟସ୍କ ଅବଦୁଲ୍ ଅନୀସ୍ ଓରଫ ଖ୍ୱାଜା ଏବଂ ତାଙ୍କ ପିତାଙ୍କ ନାମ ଅବଦୁଲ୍ ମାଜିଦ୍ ମଣ୍ଡଳ।
ପ୍ରଥମ ଆଲୋ ରିପୋର୍ଟ କରିଛି ଯେ ସୋମବାର ଅପରାହ୍ନରେ ରଙ୍ଗପୁର ମେଟ୍ରୋପଲିଟାନ୍ କୋତୱାଲି ପୁଲିସ ଷ୍ଟେସନରେ ବେଆଇନ ଭାବରେ ବାଂଲାଦେଶରେ ପ୍ରବେଶ କରିଥିବା ପାଇଁ ଦୁଇ ଜଣଙ୍କ ବିରୋଧରେ ଏକ ମାମଲା ଡିଟେକ୍ଟିଭ୍ ବ୍ରାଞ୍ଚ ସବ-ଇନ୍ସପେକ୍ଟର ଆବୁ ସୟିଦ ବାବାଲାଙ୍କ ଦ୍ୱାରା ରୁଜୁ କରାଯାଇଛି ଏବଂ ଏସଆଇ ପ୍ରଣୟ କୃଷ୍ଣ ଏହାର ତଦନ୍ତ କରୁଛନ୍ତି। ରଙ୍ଗପୁର ମେଟ୍ରୋପଲିଟାନ୍ ଡିଟେକ୍ଟିଭ୍ ବ୍ରାଞ୍ଚ ଡେପୁଟି କମିସନର ସନାତନ ଚକ୍ରବର୍ତ୍ତୀ ପ୍ରଥମ ଆଲୋକୁ କହିଛନ୍ତି ଯେ, ରବିବାର ଦିନ କୁରିଗ୍ରାମର ଉଲିପୁରର ସାହେବର ଆଲଗା ୟୁନିଅନର ଦାଇଖାୱା ଗ୍ରାମ ସୀମା ଦେଇ ଦୁଇ ଭାରତୀୟ ନାଗରିକ ଭାରତରୁ ମଇଁଷି ନେଇ ବାଂଲାଦେଶରେ ପ୍ରବେଶ କରିଥିଲେ।
ସେ କହିଛନ୍ତି,ସେହି ସମୟରେ ବିଏସଏଫ ସେମାନଙ୍କ ଉପରେ ଗୁଳି ଚଳାଇଥିବାରୁ ସେମାନେ ଗୁରୁତର ଆହତ ହୋଇଥିଲେ। ସନାତନ ଚକ୍ରବର୍ତ୍ତୀ କହିଛନ୍ତି, ପରେ କେହି ଜଣେ ବ୍ୟକ୍ତି ଦୁଇ ଜଣଙ୍କୁ ଉଦ୍ଧାର କରି ରଙ୍ଗପୁରର ଏକ ଘରୋଇ କ୍ଲିନିକ୍ରେ ଭର୍ତ୍ତି କରିଥିଲେ। ସୂଚନା ପାଇ ଡିଟେକ୍ଟିଭ୍ ବ୍ରାଞ୍ଚ ସଦସ୍ୟମାନେ ସେଠାରେ ସେମାନଙ୍କୁ ପାଇଥିଲେ ଏବଂ ପରେ ସେମାନଙ୍କୁ ରଙ୍ଗପୁର ମେଡିକାଲ୍ କଲେଜ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ।
What's Your Reaction?