ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ଘଟଣା:ଏପର୍ଯ୍ୟନ୍ତ ମିଳିନାହିଁ ସୁରାକ
![ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ଘଟଣା:ଏପର୍ଯ୍ୟନ୍ତ ମିଳିନାହିଁ ସୁରାକ](https://kalingascroll.in/uploads/images/202501/image_870x_679759c7314d9.jpg)
ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ବଡ଼ଧରଣର ଚୋରି ଘଟଣାକୁ ୨୪ ଘଣ୍ଟା ପୂରିଯାଇଥିଲେ ମଧ୍ୟ ପୋଲିସକୁ ଲୁଟେରା ସମ୍ପର୍କରେ ମିଳିନାହିଁ କୌଣସି ସୁରାକ। ଉକ୍ତ ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ନିରଞ୍ଜନ। ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ସେ କହିଛନ୍ତି ଯେ, ମୋ ଭୁବନେଶ୍ବର ଘରେ ଚୋରି ହୋଇଛି। ଏହି ଘଟଣା କେବଳ ମୋ ପରିବାର ପାଇଁ ନୁହେଁ, ବରଂ ସମସ୍ତ ଭୁବନେଶ୍ବବାସୀଙ୍କ ସୁରକ୍ଷାକୁ ନେଇ ମୁଁ ଚିନ୍ତିତ। ସରକାରଙ୍କ ଅବହେଳା ଯୋଗୁ ଆଜି ଆମ ଘର, ଆମ ସାହି ଓ ଆମ ସମ୍ପଦ ବିପଦରେ । ଜନତାଙ୍କ ସୁରକ୍ଷା ନିଶ୍ଚିତ କରନ୍ତୁ ଓଡ଼ିଶା ପୋଲିସ। ଏହା ବିଜେପି ସରକାରଙ୍କ ସର୍ବପ୍ରଥମ ପ୍ରାଥମିକତା ହେବା ଉଚିତ। ଭୁବନେଶ୍ବରକୁ ସୁରକ୍ଷିତ ରଖିବାକୁ ନିବେଦନ କରିଛନ୍ତି ନିରଞ୍ଜନ।ସେପଟେ ବିଜେଡି ବିଧାୟକ କଳିକେଶ ସିଂହଦେଓ ମଧ୍ୟ କଡ଼ା ସମାଲୋଚନା କରି କହିଛନ୍ତି ଯେ, ଡବଲ ଇଂଜିନ ସରକାରରରେ ଆଇନ ଶୃଙ୍ଖଳା ବୋଲି କିଛି ନାହିଁ। ଡବଲ ଇଞ୍ଜିନରେ ପୂର୍ବରୁ ଗୋଟେ ଇଂଜନ ବିଫଳ ହୋଇଯାଇଥିଲା । ଏବେ ଦୁଇଟା ଯାକ ଇଞ୍ଜିନ ବିଫଳ। ଭୁବନେଶ୍ଵରରୁ ବଲାଙ୍ଗିର ଯାଏ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି। ବରିଷ୍ଠ କଂଗ୍ରେସ ନେତାଙ୍କ ଘରୁ ଚୋରି ହୋଇଛି। ହେଲେ ସରକାର ଯେପରି ପଦକ୍ଷେପ ନେବା କଥା, ନେଉ ନାହାନ୍ତି। ଚୋରି, ଡକାୟତି ବଢିଛି, ହତ୍ୟା ବି ବଢ଼ିଛି । ଲୋକେ କିପରି ସୁରକ୍ଷିତ ରହିବେ ବୋଲି ପ୍ରଶ୍ନ କରିଛନ୍ତି କଳିକେଶ ସିଂହଦେଓ।ଅନ୍ୟପଟେ ଘଟଣାକୁ ନେଇ ଭୁବନେଶ୍ୱର ଡିସିପି ପିନାକ ମିଶ୍ର କହିଛନ୍ତି ଯେ, ଏତଲା କରାଯାଇ ସମସ୍ତ ସିସିଟିଭି ଯାଞ୍ଚ କରାଯାଇଛି । ନିରଞ୍ଜନଙ୍କ ପରିବାର ସଦସ୍ୟଙ୍କ ସହଯୋଗରେ ଚାଲିଛି ତଦନ୍ତ । ତଦନ୍ତ ବେଳେ ମିଳିଛି କିଛି ଗୁରୁତ୍ୱପୂର୍ଣ୍ଣ ସୁରାକ। ସେହି ତଥ୍ୟ ଆଧାରରେ ଚାଲିଛି ଛାନଭିନ। ଖୁବ ଶୀଘ୍ର ଅଭିଯୁକ୍ତ ପାଖେ ପହଞ୍ଚିବ କମିଶନରେଟ ପୋଲିସ।
What's Your Reaction?
![like](https://kalingascroll.in/assets/img/reactions/like.png)
![dislike](https://kalingascroll.in/assets/img/reactions/dislike.png)
![love](https://kalingascroll.in/assets/img/reactions/love.png)
![funny](https://kalingascroll.in/assets/img/reactions/funny.png)
![angry](https://kalingascroll.in/assets/img/reactions/angry.png)
![sad](https://kalingascroll.in/assets/img/reactions/sad.png)
![wow](https://kalingascroll.in/assets/img/reactions/wow.png)