ନୂଆ ମୋଡ଼ରେ ରୁଷିଆ-ୟୁକ୍ରେନ ଯୁଦ୍ଧ
ଏବେ ନୂଆ ମୋଡ଼ରେ ପହଁଚିଛି ଦୁଇ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଚାଲିଆସୁଥିବା ରୁଷିଆ-ୟୁକ୍ରେନ ଯୁଦ୍ଧ। ରୁଷିଆ ସହିତ ଯୁଦ୍ଧ ବନ୍ଦ କରିବାକୁ ରାଜି ହୋଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି। ଅନ୍ତର୍ଜାତୀୟ ଗଣମାଧ୍ୟମ ଟେଲିଗ୍ରାଫକୁ ସାକ୍ଷାତକାର ସମୟରେ ଯୁଦ୍ଧବିରତି ନେଇ ଜେଲେନସ୍କି ଦେଇଛନ୍ତି ସୂଚନା । ଦରକାର ପଡ଼ିଲେ ଯୁଦ୍ଧ ବନ୍ଦ କରିବାକୁ ରୁଷିଆର ଯେଉଁ ଅଞ୍ଚଳକୁ ଅଧିକୃତ କରାଯାଇଥିଲା ତାକୁ ଫେରାଇଦେବ ୟୁକ୍ରେନ । ଏଥିପାଇଁ ନାଟୋ ପକ୍ଷରୁ କୁଟନୈତିକ ସ୍ତରରେ ଆଲୋଚନା କରାଯିବା ଉଚିତ ବୋଲି ସେ କରିଛନ୍ତି ଦାବି । ୟୁକ୍ରେନ ଅଧିକୃତ କରିଥିବା ଅଞ୍ଚଳ ଛାଡ଼ିଦେଲେ ରୁଷିଆ ସେନା ମଧ୍ୟ ପଛକୁ ହଟିଯାଉ, ଏମିତି ହେଲେ ଆପେ ଆପେ ଯୁଦ୍ଧ ସ୍ଥିତି ସ୍ବଭାବିକ ହେବ ବୋଲି କହିଛନ୍ତି ଜେଲେନସ୍କି।ଏପଟେ କିନ୍ତୁ ମଧ୍ୟପ୍ରାଚ୍ୟରେ ଥମୁନି ବିଦ୍ରୋହ । ଇସ୍ରାଏଲ ଓ ଲେବାନନ ପରେ ଏବେ ସିରିଆରେ ଦେଖାଦେଇଛି ଗୃହଯୁଦ୍ଧ । ସିରିଆର ସବୁଠାରୁ ବଡ଼ ବାଣିଜ୍ୟିକ ସହର ଆଲେପ୍ପୋକୁ ନିଜ କବଜାକୁ ନେଇଛନ୍ତି ବିଦ୍ରୋହୀ ସଂଗଠନ । କୁହାଯାଉଛି ୨୦୧୬ ପରେ ଏହା ସିରିଆ ଉପରେ ସବୁଠାରୁ ଘାତକ ଆକ୍ରମଣ।
What's Your Reaction?