ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡିକୁ ଆଶ୍ୱସ୍ତି ନାହିଁ, କୁର୍କ ସମ୍ପତ୍ତି ମୁକୁଳାଇବା ଉପରେ ରୋକ୍ ଲଗାଇଲେନି ହାଇକୋର୍ଟ

Oct 13, 2026 - 11:48
ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡିକୁ ଆଶ୍ୱସ୍ତି ନାହିଁ, କୁର୍କ ସମ୍ପତ୍ତି ମୁକୁଳାଇବା ଉପରେ ରୋକ୍ ଲଗାଇଲେନି ହାଇକୋର୍ଟ

ନ୍ୟାସନାଲ ହେରାଲ୍ଡ ମାମଲାରେ ଦିଲ୍ଲୀ ହାଇକୋର୍ଟରୁ ଇଡିକୁ ଆଶ୍ୱସ୍ତି ମିଳିନାହିଁ। ଗାନ୍ଧୀ ପରିବାର ସହ ଜଡ଼ିତ ଏହି ମାମଲାରେ କୁର୍କ ହୋଇଥିବା ସମ୍ପତ୍ତି ମୁକୁଳାଇବା ପ୍ରକ୍ରିୟା ଉପରେ ରୋକ୍ ଲଗାଇବାକୁ ଇଡି ଆବେଦନ କରିଥିଲା । 

ନ୍ୟାସନାଲ ହେରାଲ୍ଡ ମାମଲାରେ ଦିଲ୍ଲୀ ହାଇକୋର୍ଟରୁ ଇଡିକୁ ଆଶ୍ୱସ୍ତି ମିଳିନାହିଁ। ଗାନ୍ଧୀ ପରିବାର ସହ ଜଡ଼ିତ ଏହି ମାମଲାରେ କୁର୍କ ହୋଇଥିବା ସମ୍ପତ୍ତି ମୁକୁଳାଇବା ପ୍ରକ୍ରିୟା ଉପରେ ରୋକ୍ ଲଗାଇବାକୁ ଇଡି ଆବେଦନ କରିଥିଲା । କିନ୍ତୁ ଏବେ କୌଣସି ଅନ୍ତରୀଣ ନିର୍ଦ୍ଦେଶ ଦେବାକୁ ମନା କରିଛନ୍ତି ହାଇକୋର୍ଟ । 

ଇଡିର କହିବା ଅନୁଯାୟୀ, ସମ୍ପୃକ୍ତ କମ୍ପାନୀଗୁଡ଼ିକ କୁର୍କ ସମ୍ପତ୍ତି ମୁକୁଳାଇବା ପାଇଁ ଅପିଲିଏଟ୍ ଟ୍ରିବ୍ୟୁନାଲ୍‌କୁ ଯାଉଛନ୍ତି । ଏହା ଉପରେ ରୋକ୍ ଲଗାଇବାକୁ ଇଡି ହାଇକୋର୍ଟଙ୍କ ସହାୟତା ଲୋଡ଼ିଥିଲା। ହେଲେ ହାଇକୋର୍ଟ ଏହି ପର୍ଯ୍ୟାୟରେ ରୋକ୍ ଲଗାଇନାହାନ୍ତି । ୧୬ ଡିସେମ୍ବର ୨୦୨୫ରେ ରାଉଜ୍ ଆଭେନ୍ୟୁ କୋର୍ଟ ଇଡିର ଅଭିଯୋଗକୁ ଗ୍ରହଣ କରିନଥିଲେ। ଆବଶ୍ୟକ ଆଇନଗତ ଆଧାର ନଥିବାରୁ ଏହି ଅଭିଯୋଗ ଉପରେ ବିଚାର କରାଯାଇପାରିବ ନାହିଁ ବୋଲି କୋର୍ଟ କହିଥିଲେ। ଏହି ମାମଲା ପ୍ରଥମେ ସୁବ୍ରମଣ୍ୟମ ସ୍ୱାମୀଙ୍କ ଘରୋଇ ଅଭିଯୋଗରୁ ଆରମ୍ଭ ହୋଇଥିଲା ।

ନ୍ୟାସନାଲ ହେରାଲ୍ଡ ଖବରକାଗଜର ପ୍ରକାଶକ କମ୍ପାନୀ ଆସୋସିଏଟେଡ୍ ଜର୍ଣ୍ଣାଲ୍ସ ଲିମିଟେଡ୍ (AJL)ର ସମ୍ପତ୍ତିକୁ ନେଇ ଏହି ବିବାଦ ରହିଛି । ଇଡିର ଅଭିଯୋଗ ଅନୁଯାୟୀ, ୨୦୧୦ରେ ଗଠିତ ୟଙ୍ଗ ଇଣ୍ଡିଆନ୍ କମ୍ପାନୀ କଂଗ୍ରେସଠାରୁ AJLର ପ୍ରାୟ ୯୦ କୋଟି ଟଙ୍କାର ଋଣକୁ ୫୦ ଲକ୍ଷ ଟଙ୍କାରେ ହାସଲ କରିଥିଲା। ଏହାପରେ AJL ଉପରେ ଏହି କମ୍ପାନୀର ନିୟନ୍ତ୍ରଣ ରହିଥିଲା ବୋଲି ଇଡି ଦାବି କରିଛି ।

ଇଡି ଅନୁଯାୟୀ, AJL ସହ ଜଡ଼ିତ ପ୍ରାୟ ୬୬୧ କୋଟି ଟଙ୍କାର ସମ୍ପତ୍ତି ମଧ୍ୟ ଏହି ମାମଲାରେ ରହିଛି। ଏବେ ସମ୍ପତ୍ତି ମୁକୁଳାଇବା ଓ ଇଡିର ଅଭିଯୋଗକୁ ନେଇ ଆଇନଗତ ଲଢ଼େଇ ଜାରି ରହିଛି। ତେବେ ଏହି ଅଭିଯୋଗଗୁଡ଼ିକ ଉପରେ ଚୂଡ଼ାନ୍ତ ରାୟ ଆସିନାହିଁ। 

What's Your Reaction?

like

dislike

love

funny

angry

sad

wow