ପୁଣିଥରେ ଦିଲ୍ଲୀରେ ଗ୍ରାପ୍-୩ ଲାଗୁ
ଦେଶର ରାଜଧାନୀ ଦିଲ୍ଲୀରେ ପୁଣି ଭୟଙ୍କର ହୋଇଛି ପ୍ରଦୂଷଣ ସ୍ଥିତି। ଏହାକୁ ନଜରରେ ରଖି ପୁଣିଥରେ ଦିଲ୍ଲୀରେ ଗ୍ରାପ୍-୩ ଲାଗୁ କରିଛନ୍ତି ଏୟାର କ୍ୱାଲିଟୀ ମ୍ୟାନେଜମେଣ୍ଟ କମିଶନ। ଦିଲ୍ଲୀରେ ଆଜି ୪୦୧ରୁ ୪୫୦ ମଧ୍ୟରେ ଅଛି ବାୟୁ ଗୁଣବତ୍ତା ସୂଚକାଙ୍କ,ଯାହା କି ବାୟୁର ଗୁଣବତ୍ତା ସାଂଘାତିକ ଶ୍ରେଣୀରେ ରହିଛି। ତେଣୁ ପ୍ରଦୂଷଣକୁ ତତ୍କାଳ ଭାବେ ନିୟନ୍ତ୍ରଣକୁ ଆଣିବା ପାଇଁ ଲାଗୁ କରାଯାଇଛି ଏହି କଟକଣା।
Jangyaseni Parida