ପୁରୀରେ ପୋଲିସ ଆଇନ୍ ଧାରା ୩୦ ଲାଗୁ

Sep 13, 2024 - 11:48
 0  3
ପୁରୀରେ ପୋଲିସ ଆଇନ୍ ଧାରା ୩୦ ଲାଗୁ

ପୁରୀରେ ଲାଗୁ ହୋଇଛି ପୋଲିସ ଆଇନ୍ ଧାରା ୩୦। ଅଗଷ୍ଟ ୩୦ ତାରିଖ ଠାରୁ ନଭେମ୍ବର ୨୭ ତାରିଖ ଅର୍ଥାତ ୯୦ ଦିନ ପର୍ଯ୍ୟନ୍ତ ପୁରୀ ଜିଲ୍ଲାର ସମସ୍ତ ଥାନା ଅଞ୍ଚଳ,ପୁରୀ ପୌରାଂଚଳ,ପିପିଲି,କୋଣାର୍କ ଓ ନିମାପଡା ଏନଏସି ଅଞ୍ଚଳରେ ଏହା ରହିବ ବଳବତ୍ତର।ଏହି ସମୟ ମଧ୍ୟରେ ପୋଲିସର ବିନା ଅନୁମତିରେ ସଭା, ଶୋଭାଯାତ୍ରା, ମାଇକ ବ୍ୟବହାରକୁ କରାଯାଇଛି ବେଆଇନ ଘୋଷଣା।  ଏନେଇ ସୂଚନା ଦେଇଛନ୍ତି ପୁରୀ ଏସପି ପିନାକ ମିଶ୍ର । ଲୋକଙ୍କୁ ସଚେତନ କରିବା ଉଦେଶ୍ୟରେ ପୁଲିସ ପକ୍ଷରୁ ଜାରି କରାଯାଇଛି ନୋଟିସ ।

What's Your Reaction?

like

dislike

love

funny

angry

sad

wow