ପୂର୍ବତନ ବିଜେପି ବିଧାୟକଙ୍କ ଘରେ ଆୟକର ଚଢ଼ାଉ, ମିଳିଲା କୋଟି କୋଟି ଟଙ୍କା ସହ ୩ଟି କୁମ୍ଭୀର

ମଧ୍ୟପ୍ରଦେଶର ପୂର୍ବତନ ବିଜେପି ବିଧାୟକ ହରିବଂଶ ସିଂହ ରାଥୋରଙ୍କ ଘରେ ଚଢାଉ କରିଛି ଆୟକର ବିଭାଗ। ଚଢାଉ ବେଳେ ମିଳିଛି ନଗଦ କୋଟି କୋଟି ଟଙ୍କା, ସୁନା ଓ ଏକାଧିକ ବେନାମୀ ଦାମୀ କାର । ତେବେ ରାଥୋରଙ୍କ ଗୋଟିଏ ପୋଖରୀରୁ ୩ଟି ବିରାଟକାୟ କୁମ୍ଭୀର ମିଳିବା ପରେ ଚକିତ ହୋଇଯାଇଛନ୍ତି ଆୟକର ଅଧିକାରୀ।ଏହି କୁମ୍ଭୀର ଗୁଡ଼ିକୁ ଖାଇବା ପିଇବାକୁ ଦେଇ ତାଙ୍କ ପୋଖରୀରେ ପାଳିଥିଲେ ଶ୍ରୀ ରାଥୋର।ତେବ କୋଟି କୋଟି ଟଙ୍କା ଟିକସ ଫାଙ୍କିବା ଅଭିଯୋଗରେ ରବିବାର ଠାରୁ ଆୟକର ବିଭାଗର ଅଧିକାରୀମାନେ ଶ୍ରୀ ରାଥୋର ଓ ପୂର୍ବତନ କାଉନସିଲର ରାଜେଶ କେଶରୱାନିଙ୍କ ସାଗର ଠାରେ ଥିବା ଠିକଣା ଗୁଡ଼ିକରେ କରୁଛନ୍ତି ଚଢାଉ।ସେହିପରି ଚଢାଉ ବେଳେ ୧୫୫ କୋଟି ଟଙ୍କାର ହେରଫେର ହୋଇଥିବା ମିଳିଛି ସୂଚନା। ଶ୍ରୀ ରାଥୋରଙ୍କ ସହ ମିଶି ବିଡି ବ୍ୟବସାୟ କରନ୍ତି କେଶରୱାନି। ସେ ଏକାକୀ ୧୪୦ କୋଟି ଟଙ୍କାର ଟିକସ ଫାଙ୍କିଥିବା ହୋଇଛି ଅଭିଯୋଗ। ବିଭିନ୍ନ ଠିକା କାମ ମଧ୍ୟ କରନ୍ତି କେଶରୱାନି।
What's Your Reaction?






