ବଢି ଚାଲିଛି ଆଳୁ ଦର

ବଢି ଚାଲିଛି ଆଳୁ ଦର

ଦିନକୁ ଦିନ ବଢି ଚାଲିଛି ଆଳୁ ଦର। ପଶ୍ଚିମବଙ୍ଗରୁ ଆଳୁ ଆମଦାନି ହେଉ ନ ଥିବାରୁ ଦର ବଢୁଥିବା କହୁଛନ୍ତି ବ୍ୟବସାୟୀ। ଏଭଳି ସ୍ଥିତିରେ ପଶ୍ଚିମବଙ୍ଗ-ଓଡ଼ିଶା ସୀମାବର୍ତ୍ତୀ ୪ଟି ରାସ୍ତାରେ ଅଟକି ରହିଛି ଶତାଧିକ ଆଳୁ ବୋଝେଇ ଟ୍ରକ। ଫଳରେ ରାସ୍ତା ଜାମ୍‌ ହୋଇ  ଦେଖାଦେଇଛି ଟ୍ରାଫିକ ସମସ୍ୟା।  ଏପରିକି ଓଡ଼ିଶାକୁ ପ୍ରବେଶ ଅନୁମତି ନ ଥିବାର ଟ୍ରକଗୁଡିକ ଆସିପାରୁ ନାହିଁ ବୋଲି ମିଳିଛି ସୂଚନା।ଅନ୍ୟପକ୍ଷେ ଭୁବନେଶ୍ବର ଆଳୁ ଗୋଦାମ ତଦାରଖ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି ଯେ, ରାଜ୍ୟରେ ୭ଦିନ ପର୍ଯ୍ୟନ୍ତ ଆଳୁ ଗଚ୍ଛିତ ହୋଇ ରହିଛି । ଏବେ ଆଳୁ ୨୦ରୁ ୨୨ ଟଙ୍କାରେ କିଣାଯାଉଛି। ବ୍ୟବସାୟୀ ୫ରୁ ୭ଟଙ୍କା ଲାଭ ରଖି ବିକିବା କଥା। ହେଲେ ୪୫ରୁ ୫୦ ଟଙ୍କାରେ କାହିଁକି ବିକ୍ରି ହେଉଛି ତାହାର କରାଯାଉଛି ସମୀକ୍ଷା। ଶୀତଳଭଣ୍ଡାରରେ ଆଳୁ ରଖି କଳାବଜାରୀ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ।