ବନ୍ୟା କ୍ଷୟକ୍ଷତି: ସରକାର ବାଣ୍ଟିଲେ କୋଟି କୋଟିର ସହାୟତା, ୭ ଜୀବନ ଯାଇଛି, ୧୮ ହଜାରରୁ ଅଧିକ ଘର ଭାଙ୍ଗିଛି
ବିଧାନସଭାରେ ତଥ୍ୟ ରଖିଲେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ବନ୍ୟା ପ୍ରପୀଡ଼ିତଙ୍କୁ ୯ କୋଟି ୪୭ ଲକ୍ଷର ପୋଷାକପତ୍ର ଏବଂ ୯ କୋଟି ୪୭ ଲକ୍ଷର ବାସନକୁସନ ବଣ୍ଟାଯାଇଥିବା ତଥ୍ୟ ରଖିଲେ ମନ୍ତ୍ରୀ ।
ଚଳିତ ବନ୍ୟା କ୍ଷୟକ୍ଷତିରେ କେତେ ସାମଗ୍ରୀ ବାଣ୍ଟିଲେ ସରକାର । ବିଧାନସଭାରେ ତଥ୍ୟ ରଖିଲେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ବନ୍ୟା ପ୍ରପୀଡ଼ିତଙ୍କୁ ୯ କୋଟି ୪୭ ଲକ୍ଷର ପୋଷାକପତ୍ର ଏବଂ ୯ କୋଟି ୪୭ ଲକ୍ଷର ବାସନକୁସନ ବଣ୍ଟାଯାଇଥିବା ତଥ୍ୟ ରଖିଲେ ମନ୍ତ୍ରୀ ।
ବନ୍ୟା ନେଇଛି ୭ ଜୀବନ, ଭାଙ୍ଗିଛି ୧୮ହଜାରରୁ ଅଧିକ ଘର। ୨ ଲକ୍ଷ ୧୨ହଜାରର ହେକ୍ଟରରୁ ଅଧିକ ଚାଷଜମି ହୋଇଛି ନଷ୍ଟ। ଚଳିତ ବର୍ଷ ବନ୍ୟା ନେଇଛି ୭ ଜୀବନ, ୯୩ ଗୃହପାଳିତ ପଶୁଙ୍କ ଜୀବନ ନେଇଛି ବନ୍ୟା । ୧୮ ହଜାର ୭୬ ବାସଗୃହ ଭାଙ୍ଗିଥିବାବେଳେ ୨ ଲକ୍ଷ ୧୨ ହଜାର ୫୩୩ ହେକ୍ଟର ଫସଲ ନଷ୍ଟ ହୋଇଛି ।
ବ୍ୟକ୍ତିଗତ କ୍ଷତି ଭରଣା ବାବଦରେ ମିଳିଛି ୨୩୪ କୋଟି ୮୪ ଲକ୍ଷ ୮୬ ହଜାର ଟଙ୍କା । ଗୃହ ନିର୍ମାଣ ସହାୟତା ୩୩ କୋଟି, ଫସଲହାନୀ ୧୫୧ କୋଟି, ପୋଷାକପତ୍ର ବାବଦକୁ ୯ କୋଟି ୪୭ ଲକ୍ଷ, ବାସନକୁସନ ବାବଦକୁ ୯ କୋଟି ୪୭ ଲକ୍ଷ, ବାଲିଚର ଜମି ପୁନଃରୁଦ୍ଧାର ପାଇଁ ୪କୋଟି, ୧୫ ହଜାର ୭୧୫ କୁଇଣ୍ଟାଲ ଚାଉଳ, ୧୨ ହଜାର ୮୬୩ କୁଇଣ୍ଟାଲ, ୧୪୪୮ କୁଇଣ୍ଟାଲ ଗୁଡ଼, ୪୧୨୭ ମେଟ୍ରିକ ଟନ ଗୋଖାଦ୍ୟ, ୨୮ ହଜାର ୬୫୧ ପଲିଥିନ ବଣ୍ଟା ଯାଇଛି ।
What's Your Reaction?