ବର୍ଷାରେ ମେଡିକାଲ୍ରେ ଆଣ୍ଠୁଏ ପାଣି! ରୋଗୀସେବା ବିପର୍ଯ୍ୟସ୍ତ
ଲଗାଣ ବର୍ଷାରେ ଜଳମଗ୍ନ ହୋଇପଡ଼ିଛି ନବରଙ୍ଗପୁର ଝରିଗାଁ ବ୍ଲକ୍ର ଧୋଡ୍ରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର । ମେଡିକାଲ୍ ପରିସରରେ ଜମିଛି ଆଣ୍ଠୁଏ ପାଣି । ଫଳରେ ରୋଗୀଙ୍କ ଯାତାୟାତଠାରୁ ଆରମ୍ଭ କରି ଚିକିତ୍ସାସେବା ପର୍ଯ୍ୟନ୍ତ ସବୁକିଛି ପ୍ରଭାବିତ ହୋଇଛି ।
ଲଗାଣ ବର୍ଷାରେ ଜଳମଗ୍ନ ହୋଇପଡ଼ିଛି ନବରଙ୍ଗପୁର ଝରିଗାଁ ବ୍ଲକ୍ର ଧୋଡ୍ରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର । ମେଡିକାଲ୍ ପରିସରରେ ଜମିଛି ଆଣ୍ଠୁଏ ପାଣି । ଫଳରେ ରୋଗୀଙ୍କ ଯାତାୟାତଠାରୁ ଆରମ୍ଭ କରି ଚିକିତ୍ସାସେବା ପର୍ଯ୍ୟନ୍ତ ସବୁକିଛି ପ୍ରଭାବିତ ହୋଇଛି । ବର୍ଷା ହେଲେ ମେଡିକାଲ୍ ପରିସରରେ ପାଣି ଜମି ରହୁଥିବାରୁ ରୋଗୀ ଓ ସମ୍ପର୍କୀୟଙ୍କୁ ନାନା ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି । ଦିନେ କି ଦୁଇ ଦିନ ନୁହେଁ, ଉପଯୁକ୍ତ ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ବର୍ଷାଜଳ ଦିନ ଦିନ ଧରି ଜମି ରହୁଛି । ଏହାଦ୍ୱାରା ମେଡିକାଲ୍ ପରିସରରେ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟ ସୃଷ୍ଟି ହେଉଛି ।
ଘଟଣା ସମ୍ପର୍କରେ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ଝରିଗାଁ ବିଧାୟକ ନରସିଂହ ଭତ୍ର । ମେଡିକାଲ୍ ପରିସରରେ ପାଣି ଜମି ରହିବାର କାରଣ ଓ ରୋଗୀସେବା ଉପରେ ପଡ଼ୁଥିବା ପ୍ରଭାବ ସମ୍ପର୍କରେ ସ୍ଥିତି ପରଖାଯାଇଛି । ତେବେ ପ୍ରଶ୍ନ ଉଠୁଛି—ସ୍ୱାସ୍ଥ୍ୟକେନ୍ଦ୍ର ଭଳି ଅତ୍ୟାବଶ୍ୟକ ସେବା କେନ୍ଦ୍ରରେ ଯଦି ବର୍ଷା ହେଲେ ଆଣ୍ଠୁଏ ପାଣି ଜମିବ, ତେବେ ରୋଗୀଙ୍କୁ କିଭଳି ମିଳିବ ସୁବିଧାଜନକ ଚିକିତ୍ସାସେବା? ତେଣୁ ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥା ସୁଧାରିବାକୁ ଦାବି ହେଉଛି ।
What's Your Reaction?