ବାଃ ସ୍ବପ୍ନ ଦେଖିବ ତ ଏମିତି...ଦିନେ ମଇଁଷି ଚରାଉଥିଲେ,ଏବେ IAS ଅଫିସର୍ ପାଲଟିଗଲେ

Sep 25, 2026 - 12:53
ବାଃ ସ୍ବପ୍ନ ଦେଖିବ ତ ଏମିତି...ଦିନେ ମଇଁଷି ଚରାଉଥିଲେ,ଏବେ IAS ଅଫିସର୍ ପାଲଟିଗଲେ

ନିପଟ ଗାଁରୁ ଆସି କେମିତି ଚଢ଼ିଲେ ସଫଳତାର ସିଢ଼ି? ଆସନ୍ତୁ ଜାଣିବା ସଂଘର୍ଷରୁ ସଫଳତା ଆଡ଼କୁ ଅଗ୍ରସର ହୋଇଥିବା ଏହି ମହିଳା କିଏ ଏବଂ କ’ଣ ତାଙ୍କର କାହାଣୀ? ଦାରିଦ୍ର୍ୟ,ସମାଜ ଏବଂ ପରିସ୍ଥିତିଠାରୁ ଉର୍ଦ୍ଧ୍ବରେ ଉଠି ନିଜ ସ୍ବପ୍ନ ପୂରଣ କରିବା ଆଦୌ ସହଜ ନୁହେଁ । 

 ମଇଁଷି ଚରାଉଥିଲେ,ଆଇଏଏସ୍ ଅଫିସର୍ ପାଲଟିଗଲେ । କିଏ ଏହି ମହିଳା? ନିପଟ ଗାଁରୁ ଆସି କେମିତି ଚଢ଼ିଲେ ସଫଳତାର ସିଢ଼ି? ଆସନ୍ତୁ ଜାଣିବା ସଂଘର୍ଷରୁ ସଫଳତା ଆଡ଼କୁ ଅଗ୍ରସର ହୋଇଥିବା ଏହି ମହିଳା କିଏ ଏବଂ କ’ଣ ତାଙ୍କର କାହାଣୀ? ଦାରିଦ୍ର୍ୟ,ସମାଜ ଏବଂ ପରିସ୍ଥିତିଠାରୁ ଉର୍ଦ୍ଧ୍ବରେ ଉଠି ନିଜ ସ୍ବପ୍ନ ପୂରଣ କରିବା ଆଦୌ ସହଜ ନୁହେଁ । ଆଉ ଯଦି କଥା ଉଠେ ମହିଳାଙ୍କ ତା’ହେଲେ ଏହା କାଠିକର ପାଠ ସଦୃଶ ହୋଇଯାଏ । ହେଲେ ଏଭଳି ପରିସ୍ଥିତିରୁ ଉଠି ଆସିଥିବା ଜଣେ ମହିଳା କେମିତି ମଇଁଷି ଚରାଳିରୁ ଆଇଏଏସ୍ ଅଫିସର ପାଲଟିଗଲେ ତାହାର ଚର୍ଚ୍ଚା ଏବେ ସୋସିଆଲ୍ ମିଡିଆରେ ହେଉଛି । ଇଚ୍ଛାଶକ୍ତି ଦୃଢ଼ ଥିଲେ ଏବଂ ଲକ୍ଷ୍ୟ ପଥରେ କଠିନ ପରିଶ୍ରମ କରିବାର ଅଦମ୍ୟ ସାହସ ଥିଲେ କୌଣସି ପ୍ରତିକୂଳ ପରିସ୍ଥିତି ସଫଳତାର ବାଟ ଓଗାଳି ପାରେନାହିଁ ବୋଲି ପ୍ରମାଣ କରିଦେଖାଇଛନ୍ତି ତାମିଲନାଡୁର ସି. ବନମଥି। ଦିନେ ପରିବାର ପ୍ରତିପୋଷଣ ପାଇଁ ମଇଁଷି ଚରାଉଥିବା ଏବଂ ବାଲ୍ୟବିବାହର ଚାପ ସହିଥିବା ଏହି ଝିଅଟି ଆଜି ନିଜ ନିଷ୍ଠା ଓ ପରିଶ୍ରମ ବଳରେ ଦେଶର ଜଣେ ସଫଳ ଆଇଏଏସ୍ ଅଫିସର ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ତାଙ୍କର ଏହି ଅବିଶ୍ୱସନୀୟ ସଫଳତାର କାହାଣୀ ଯୁବପିଢ଼ିଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ପାଲଟିଛି କହିଲେ କିଛି ଭୁଲ୍ ହେବନି।

ତାମିଲନାଡୁର ଇରୋଡ ଜିଲ୍ଲାର ଏକ ଗରିବ ପରିବାରର ଝିଅ ହେଉଛନ୍ତି ସି. ବନମଥି । ବାପା ଭଡ଼ାରେ ଗାଡ଼ି ଚଲାଉଥିଲେ,ପରିବାରର ଆର୍ଥିକ ସ୍ଥିତି ଅତ୍ୟନ୍ତ ଶୋଚନୀୟ ଥିବାରୁ ଘର ଚଳାଇବା ପାଇଁ ସେମାନେ କିଛି ଗାଈ-ମଇଁଷି ରଖି ପାଳୁଥିଲେ। ପାଠପଢ଼ା ସାଙ୍ଗକୁ ବନମଥିଙ୍କୁ ପିଲାଦିନରୁ ମଇଁଷି ଚରାଇବା, ଘାସ କାଟିବା ଏବଂ କ୍ଷୀର ବିକ୍ରି କରିବାରେ ପରିବାରକୁ ସାହାଯ୍ୟ କରିବାକୁ ପଡ଼ୁଥିଲା। ଗାଁ ପରିବେଶ ଏବଂ ଆର୍ଥିକ ଅନଟନ ଯୋଗୁଁ ବନମଥି ଦ୍ୱାଦଶ ପାସ୍ କରିବା ପରେ ତାଙ୍କ ପରିବାର ଓ ସମ୍ପର୍କୀୟମାନେ ବାହାଘର କରିଦେବାକୁ ଚାପ ପକାଇଥିଲେ। କିନ୍ତୁ ବନମଥିଙ୍କ ଆଖିରେ ଥିଲା ଆଗକୁ ପଢ଼ିବାର ଏବଂ ନିଜ ଗୋଡ଼ରେ ଛିଡ଼ା ହେବାର ବଡ଼ ସ୍ୱପ୍ନ। ସେ ବାଲ୍ୟବିବାହର ନିଷ୍ପତ୍ତିକୁ ପ୍ରତ୍ୟାଖ୍ୟାନ କଲେ ଏବଂ ପରିବାରକୁ ବୁଝାଇ ଉଚ୍ଚଶିକ୍ଷା ପାଇଁ ଆଗେଇ ଚାଲିଥିଲେ। ପରେ ଏମସିଏ ଡିଗ୍ରି ହାସଲ କରିଥିଲେ।

What's Your Reaction?

like

dislike

love

funny

angry

sad

wow