ବାଇକ ଚଳାଇବା ବେଳେ ହେଲମେଟ ନ ପିନ୍ଧିଲେ ଦରମା ବନ୍ଦ

ଶିକ୍ଷକଙ୍କୁ ମୋହନା ବିଇଓଙ୍କ କଡ଼ା ତାଗିଦ। ଗାଡ଼ି ଚଳାଇବା ବେଳେ ହେଲମେଟ ନପିନ୍ଧିଲେ ହେବ କାର୍ଯ୍ୟାନୁଷ୍ଠାନ। ବନ୍ଦ ହେବ ଦରମା। ଏଭଳି ନିଆରା ପଦକ୍ଷେପ ନେଇଛନ୍ତି ଗଜପତି ଜିଲ୍ଲା ମୋହନା ବ୍ଳକ ଶିକ୍ଷାଧିକାରୀ ନରେନ୍ଦ୍ର ବେହେରା । ବାଇକରେ ବିଦ୍ୟାଳୟ ଯିବା ସମୟରେ ହେଉ କିମ୍ବା ଅନ୍ୟ ସବୁବେଳେ ହେଲମେଟ ପିନ୍ଧିବାକୁ ତାଗିଦ କରିଛନ୍ତି ବିଇଓ। ଏନେଇ ମୋହନା ବ୍ଲକରେ କାର୍ଯ୍ୟରତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଜଣାଇବା ସହ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସିଆରସିସିଙ୍କୁ ନିୟମ ପାଳନ କରିବାକୁ ଦେଇଛନ୍ତି ନିର୍ଦ୍ଦେଶ l ଏଥିସହ ଡିଇଓଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ବ୍ଲକ ଶିକ୍ଷା ଅଧିକାରୀ। ଯଦି କୌଣସି ଶିକ୍ଷକ, ଶିକ୍ଷୟିତ୍ରୀ ଏହି ନିର୍ଦ୍ଦେଶକୁ ଅବମାନନା କରି ବିନା ହେଲମେଟରେ ବାଇକ ଚଳାଇବାର ନଜରକୁ ଆସନ୍ତି ତେବେ ତାଙ୍କ ବିରୋଧରେନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ସମ୍ପୃକ୍ତ ଶିକ୍ଷକଙ୍କ ଗୋଟିଏ ମାସର ଦରମା ବନ୍ଦ ପାଇଁ ମଧ୍ଯ ନିଆଯିବ ପଦକ୍ଷେପ ।
What's Your Reaction?






