ବାରହା ଆତଙ୍କ : ୫ ଆହତ, ୨ ଗୁରୁତର

Sep 18, 2026 - 13:52
ବାରହା ଆତଙ୍କ : ୫ ଆହତ, ୨ ଗୁରୁତର

ପୁରୀ ଜିଲ୍ଲା ଧରଣୀକୁଦି ଗାଁରେ ବାରହା ଆକ୍ରମଣରେ ୫ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ଗାଁରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। 

ଜଙ୍ଗଲରୁ ବାହାରି ଜନସାଧାରଣ କ୍ଷେତ୍ରକୁ ପଶିଆସିଥିବା ଏକ ଜଙ୍ଗଲୀ ବାରହା ଆକ୍ରମଣରେ ୫ ଜଣ ଗ୍ରାମବାସୀ ଆହତ ହୋଇଛନ୍ତି । ଏହି ମର୍ମନ୍ତୁଦ ଘଟଣାଟି ପୁରୀ ଜିଲ୍ଲା ଅନ୍ତର୍ଗତ ଧରଣୀକୁଦି ଗାଁରେ ଘଟିଛି । ଆହତମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଥିବାରୁ ସେମାନଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମର କିଛି ଲୋକ ନିଜର ଦୈନନ୍ଦିନ କାମ ଏବଂ କୃଷି କାର୍ଯ୍ୟରେ ବ୍ୟସ୍ତ ଥିବା ସମୟରେ ହଠାତ୍ ଏକ ଜଙ୍ଗଲୀ ବାରହା ଗାଁ ଭିତରକୁ ପଶି ଆସିଥିଲା । କେହି କିଛି ବୁଝିବା ଆଗରୁ ବାରହାଟି ସେମାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲା । ଏହି ଅଚାନକ ଆକ୍ରମଣରେ ଗ୍ରାମର ୫ ଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଥିଲେ । ଗ୍ରାମବାସୀମାନେ ତୁରନ୍ତ ସମସ୍ତ ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ୨ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ନିକଟସ୍ଥ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

ଏହି ବାରହା ଆକ୍ରମଣ ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ବାରହା ଭୟରେ ଗ୍ରାମବାସୀମାନେ ଘରୁ ବାହାରକୁ ବାହାରିବାକୁ ମଧ୍ୟ ଭୟ କରୁଛନ୍ତି । ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ତଦନ୍ତ ଆରମ୍ଭ କରିଛି । ସ୍ଥାନୀୟ ଲୋକଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

What's Your Reaction?

like

dislike

love

funny

angry

sad

wow