ବାରିପଦାରେ ଠାବ ହେଲା ୧୫ ନିୟୁତ ବର୍ଷ ତଳର ଜୀବାଶ୍ମ

Jun 18, 2026 - 16:57
 0  0
ବାରିପଦାରେ ଠାବ ହେଲା ୧୫ ନିୟୁତ ବର୍ଷ ତଳର ଜୀବାଶ୍ମ

ମୟୂରଭଞ୍ଜ ବାରିପଦାରେ ଠାବ ହେଲା ୧୫ ନିୟୁତ ବର୍ଷ ତଳର ଜୀବାଶ୍ମ । ଏହି ଜୀବାଶ୍ମ ଠାବ କରିଛନ୍ତି ବାରିପଦା ସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ରିମୋଟ୍ ସେନ୍ସିଂ ଏବଂ ଜିଆଇଏସ୍ ବିଭାଗର ସହକାରୀ ପ୍ରଫେସର ଡକ୍ଟର ଦେବବ୍ରତ ନନ୍ଦୀ । ଏହି ବିଶାଳକାୟ ଜୀବାଶ୍ମ ସାର୍କ ମାଛର ଥିବା କରାଯାଉଛି ଅନୁମାନ ।  ଏଥିରେ ସାର୍କ ଦାନ୍ତ ଏବଂ ସାର୍କ ମାଛର କଟିବନ୍ଧ ସହ ଅନ୍ୟ କିଛି ଉପାଦାନ ମଧ୍ୟ ସାମିଲ ଅଛି। ଯାହାକୁ ଏପର୍ୟ୍ୟନ୍ତ କରାଯାଇପାରିନାହିଁ ଚିହ୍ନଟ । ବିଭାଗର ଛାତ୍ରଛାତ୍ରୀମାନଙ୍କୁ ନେଇ ପରିଦର୍ଶନରେ ଯାଇଥିବା ବେଳେ ସେଠାରେ କିଛି ଜୀବାଶ୍ମ ପରି ଅବଶେଷ ଦେଖିଥିଲେ। ସ୍ଥାନୀୟ ଲୋକଙ୍କୁ ପଚାରିବାରୁ ସେମାନେ ଏହା ଅସୁର ହାଡ଼ ବୋଲି କହିଥିଲେ। ଏହା ପରେ ଏହାର ଅଧିକ ଅନୁସନ୍ଧାନ କରିବା ପରେ ମିଳିଥିଲା ଅନେକ ଜୀବାଶ୍ମ । ବିଭିନ୍ନ ଜୀବାଶ୍ମ ବିଜ୍ଞାନ ପ୍ରତିଷ୍ଠାନର ଜୀବ ବିଜ୍ଞାନୀ ମାନଙ୍କ ସହ କରାଯାଇଛି ଯୋଗାଯୋଗ । ଜୀବାଶ୍ମଗୁଡ଼ିକ ପ୍ରାୟ ୧୫ ନିୟୁତ ବର୍ଷ ତଳର ବୋଲି କରାଯାଉଛି ଅନୁମାନ । ଏଠାରେ ଏହି ପ୍ରକାର ଜୀବାଶ୍ମ ମିଳିବା ପ୍ରମାଣିତ କରୁଛି ଯେ ଏଠାରେ ପୂର୍ବରୁ ଥିଲା ସମୁଦ୍ର । 

What's Your Reaction?

like

dislike

love

funny

angry

sad

wow