ବିରାଟ କୋହଲିଙ୍କ ନାଁରେ ମାମଲା ରୁଜୁ

A case has been filed against cricketer Virat Kohli in connection with the stampede incident during RCB’s victory celebration. The case was lodged at Cubbon Park Police Station in Bengaluru by a person named H.M. Venkatesh from Shivamogga. Venkatesh claimed that Kohli is also responsible for the stampede that occurred in Bengaluru. Following the complaint, the police department issued a clarification. Notably, RCB won the IPL trophy for the first time in 18 years last Wednesday. To celebrate the historic win, the Karnataka State Cricket Association had organized a felicitation ceremony for RCB players. During the event near the cricket stadium, a stampede broke out, resulting in the death of 11 people and injuries to over 50 others.

Jun 7, 2025 - 12:20
 0  1
ବିରାଟ କୋହଲିଙ୍କ ନାଁରେ ମାମଲା ରୁଜୁ

ବଢ଼ିଲା ବିରାଟ କୋହଲିଙ୍କ ଅଡ଼ୁଆ।ଆରସିବିର ବିଜୟ ଉତ୍ସବବେଳେ ଦଳାଚକଟା ଘଟଣାକୁ ନେଇ କ୍ରିକେଟର ବିରାଟ କୋହଲିଙ୍କ ବିରୋଧରେ ରୁଜୁ ହୋଇଛି ମାମଲା  । ବେଙ୍ଗାଳୁରୁ କ୍ୟୁବନ ପାର୍କ ଥାନାରେ ଏହି ମାମଲା ରୁଜୁ କରିଛନ୍ତି ଶିବମୋଗାର ଏଚ୍.ଏମ୍. ଭେଙ୍କଟେଶ ନାମକ ଜଣେ ବ୍ୟକ୍ତି । ଭେଙ୍କଟେଶ  କହିଛନ୍ତି ଯେ ,ବେଙ୍ଗାଲୁରୁ ଦଳାଚକଟା ମାମଲା ପାଇଁ ବିରାଟ କୋହଲି ମଧ୍ୟ  ଦାୟୀ ।ଅଭିଯୋଗ ପାଇବା ପରେ ପୁଲିସ ବିଭାଗ ପକ୍ଷରୁ ଜାରି ହୋଇଛି ସ୍ପଷ୍ଟୀକରଣ ।ସୂଚନାଯୋଗ୍ୟ ଯେ, ୧୮ ବର୍ଷ ପରେ ଗତ ବୁଧବାର  ପ୍ରଥମ ଥର ପାଇଁ ଆଇପିଏଲ୍‌ ଟ୍ରଫି ଜିତିଥିଲା ଆରିସିବି । ଏଥିପାଁ କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ସଂଘ ଦ୍ୱାରା RCB ଖେଳାଳିମାନଙ୍କୁ ସମ୍ମାନିତ କରିବା ପାଇଁ ଆୟୋଜନ କରାଯାଇଥିଲା ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସମାରୋହ । ଏହି କାର୍ଯ୍ୟକ୍ରମ ଅବସରରେ କ୍ରିକେଟ୍ ଷ୍ଟାଡିୟମ ନିକଟରେ ଦଳାଚକଟା ଘଟି ୧୧ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ୫୦ ରୁ ଅଧିକ ହୋଇଥିଲେ ଆହତ ।

What's Your Reaction?

like

dislike

love

funny

angry

sad

wow