ଭାରତକୁ ବଡ ଝଟକା ଦେଲା ଚୀନ୍

May 1, 2026 - 17:09
 0  0
ଭାରତକୁ ବଡ ଝଟକା ଦେଲା ଚୀନ୍

ବିଶ୍ୱ ବାଣିଜ୍ୟ ବଜାରରେ ଭାରତକୁ ଲାଗିଲା ବଡ ଝଟକା  । ଜେନେଟିକାଲି ମୋଡିଫାଇଡ୍ ଅର୍ଗାନିଜିମର ଅଂଶ ଥିବା ଦର୍ଶାଇ ଭାରତରୁ ଯାଇଥିବା ଚାଉଳକୁ ଗ୍ରହଣ ନକରି ଫେରାଇ ଦେଇଛି ଚୀନ । ଏହି ପଦକ୍ଷେପ ଯୋଗୁଁ ଭାରତୀୟ ରପ୍ତାନିକାରୀ ଏବଂ ଚାଷୀମାନେ ବ୍ୟାପକ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି । ଏହି ଅଭିଯୋଗକୁ ଖଣ୍ଡନ କରି ଭାରତୀୟ ରପ୍ତାନିକାରୀ କମ୍ପାନୀଗୁଡ଼ିକ କହିଛନ୍ତି ଯେ, ରପ୍ତାନି ପୂର୍ବରୁ ସମସ୍ତ ପ୍ରକାରର ଗୁଣବତ୍ତା ଯାଞ୍ଚ ଏବଂ ପରୀକ୍ଷଣ କରାଯାଇଥିଲା । ସେଥିରେ କୌଣସି ଜିଏମଓ ଅଂଶ ମିଳିନଥିଲା । ଏହା ଚୀନର ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି ଅନୁମାନ କରାଯାଉଛି ବୋଲି ଭାରତ କହିଛି । ଚୀନର ଏଭଳି ଆଭିମୁଖ୍ୟ ପରେ ଦୁଇ ଦେଶ ମଧ୍ୟରେ ଥିବା ବାଣିଜ୍ୟିକ ସମ୍ପର୍କରେ ତିକ୍ତତା ବଢ଼ିବାର ଆଶଙ୍କା ଦେଖାଦେଇଛି । ପୂର୍ବରୁ ମଧ୍ୟ ଅନେକ ଥର ଭାରତୀୟ ସାମଗ୍ରୀକୁ ଫେରାଇ ଦେଇଛି ଚୀନ। ଭାରତ ସରକାର ଏହି ବିଷୟରେ ହସ୍ତକ୍ଷେପ କରିବାକୁ ରପ୍ତାନିକାରୀମାନେ ଦାବି କରିଛନ୍ତି ।
 
 

What's Your Reaction?

like

dislike

love

funny

angry

sad

wow