ଭୁବନେଶ୍ବର ବିମାନବନ୍ଦରରେ ନିର୍ମାଣ ହେବ ଟର୍ମିନାଲ-୩

Oct 4, 2024 - 15:56
 0  3
ଭୁବନେଶ୍ବର ବିମାନବନ୍ଦରରେ ନିର୍ମାଣ ହେବ ଟର୍ମିନାଲ-୩

ଦୁଇ ବର୍ଷ ମଧ୍ୟରେ ଭୁବନେଶ୍ବର ବିମାନବନ୍ଦରରେ ନିର୍ମାଣ ହେବ ଟର୍ମିନାଲ-୩।ବିମାନବନ୍ଦର ବୁଲି ଦେଖିବା ପରେ ଏନେଇ ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ.ରାମମୋହନ ନାଇଡୁ। ସେ ଆହୁରି କହିଛନ୍ତି ଯେ,ଏବେ ଦେଶର ୨୦ଟି ସହର ସହ ବିଦେଶର ୪ଟି ସ୍ଥାନକୁ ସଂଯୋଗ କରୁଛି ଭୁବନେଶ୍ବର ବିମାନବନ୍ଦର। ଡବଲ ଇଞ୍ଜିନ ସରକାରରେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ବହୁତ ଆଗକୁ ଯିବ ଓଡ଼ିଶା। ଏବେ ଭୁବନେଶ୍ବରରେ ଯେଉଁ ଟର୍ମିନାଲ ଅଛି ପ୍ରତିବର୍ଷ ୪୦ ଲକ୍ଷ ଯାତ୍ରୀ କରନ୍ତି ଯାତାୟତ। ଯାତ୍ରୀ ସଂଖ୍ୟା ୮୦ ଲକ୍ଷରେ ପହଞ୍ଚାଇବାକୁ ରଖାଯାଇଛି ଲକ୍ଷ୍ୟ। ପୁରୁଣା ଟର୍ମିନାଲ ପାଖରେ ନିର୍ମାଣ ହେବ ନୂଆ ଟର୍ମିନାଲ  ।ନୂଆ ଟର୍ମିନାଲ ସହ ଡୋମେଷ୍ଟିକ ଓ ଇଣ୍ଟରନାସନାଲ ପାସେଞ୍ଜରଙ୍କ ପାଇଁ ହେବ ସ୍ବତନ୍ତ୍ର ବ୍ୟବସ୍ଥା। 

What's Your Reaction?

like

dislike

love

funny

angry

sad

wow