ମଝି ଆକାଶରେ ବିମାନ ଦ୍ୱାର ଖୋଲିବାକୁ ଯାତ୍ରୀଙ୍କ ଉଦ୍ୟମ: ଫିନିକ୍ସରେ ଜରୁରୀ ଅବତରଣ କଲା ଆମେରିକାନ୍ ଏୟାରଲାଇନ୍ସ ବିମାନ

Nov 26, 2026 - 14:05
ମଝି ଆକାଶରେ ବିମାନ ଦ୍ୱାର ଖୋଲିବାକୁ ଯାତ୍ରୀଙ୍କ ଉଦ୍ୟମ: ଫିନିକ୍ସରେ ଜରୁରୀ ଅବତରଣ କଲା ଆମେରିକାନ୍ ଏୟାରଲାଇନ୍ସ ବିମାନ

ମଝି ଆକାଶରେ ଜଣେ ଯାତ୍ରୀ ବିମାନର ଏକଜିଟ୍ ଦ୍ୱାର ଖୋଲିବାକୁ ଉଦ୍ୟମ କରିବାରୁ ଶିକାଗୋ ଅଭିମୁଖେ ଯାଉଥିବା ଆମେରିକାନ୍ ଏୟାରଲାଇନ୍ସର ଏକ ବିମାନକୁ ବାଧ୍ୟ ହୋଇ ଆରିଜୋନାର ଫିନିକ୍ସଠାରେ ଜରୁରୀ ଅବତରଣ କରିବାକୁ ପଡ଼ିଛି। 

ମଝି ଆକାଶରେ ଜଣେ ଯାତ୍ରୀ ବିମାନର ଏକଜିଟ୍ ଦ୍ୱାର ଖୋଲିବାକୁ ଉଦ୍ୟମ କରିବାରୁ ଶିକାଗୋ ଅଭିମୁଖେ ଯାଉଥିବା ଆମେରିକାନ୍ ଏୟାରଲାଇନ୍ସର ଏକ ବିମାନକୁ ବାଧ୍ୟ ହୋଇ ଆରିଜୋନାର ଫିନିକ୍ସଠାରେ ଜରୁରୀ ଅବତରଣ କରିବାକୁ ପଡ଼ିଛି। ବୁଧବାର ସାନ୍ ଡିଏଗୋରୁ ଉଡ଼ାଣ ଭରିଥିବା ‘ଫ୍ଲାଇଟ୍ ୧୪୯୪’କୁ ଜଣେ ଯାତ୍ରୀଙ୍କ ଯୋଗୁଁ ଫିନିକ୍ସ ସ୍କାଏ ହାର୍ବର ଅନ୍ତର୍ଜାତୀୟ ବିମାନବନ୍ଦରକୁ ଡାଇଭର୍ଟ କରାଯାଇଥିବା ଏୟାରଲାଇନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ସମ୍ପୃକ୍ତ ଯାତ୍ରୀଙ୍କ ପରିଚୟ ସାର୍ବଜନୀନ କରାଯାଇନାହିଁ।

ଫିନିକ୍ସ ପୁଲିସର ସୂଚନା ଅନୁଯାୟୀ, ଉକ୍ତ ଯାତ୍ରୀ ଜଣକ ନିଜ ନିର୍ଦ୍ଧାରିତ ସିଟରୁ ଉଠି ବିମାନର ସମ୍ମୁଖ ଭାଗକୁ ଚାଲିଯାଇଥିଲେ। କ୍ରୁ ସଦସ୍ୟମାନେ ବାରମ୍ବାର ନିଜ ସିଟକୁ ଫେରିଯିବାକୁ ନିର୍ଦ୍ଦେଶ ଦେବା ସତ୍ତ୍ୱେ ସେ ନ ମାନି ବିମାନର ଜରୁରୀକାଳୀନ ପ୍ରସ୍ଥାନ ଦ୍ୱାର ଖୋଲିବାକୁ ଚେଷ୍ଟା କରିଥିଲେ। ସ୍ଥାନୀୟ ସମୟ ରାତି ପ୍ରାୟ ୧ଟା ବେଳେ ବିମାନଟି ସୁରକ୍ଷିତ ଭାବେ ଫିନିକ୍ସରେ ଅବତରଣ କରିବା ପର୍ଯ୍ୟନ୍ତ ବିମାନ କର୍ମଚାରୀ ଏବଂ ଅନ୍ୟ ଯାତ୍ରୀମାନେ ମିଶି ତାଙ୍କୁ କାବୁ କରି ରଖିଥିଲେ। 

କୌଣସି କ୍ଷତି ହୋଇନାହିଁ
ଏହି ଧସ୍ତାଧସ୍ତିରେ ସମ୍ପୃକ୍ତ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ଅନ୍ୟ କୌଣସି ଯାତ୍ରୀ କିମ୍ବା କ୍ରୁ ସଦସ୍ୟଙ୍କର କୌଣସି କ୍ଷତି ହୋଇନାହିଁ। ବିମାନରେ ଯାତ୍ରା କରୁଥିବା ଶନ୍ ବେନେଟ୍ ନାମକ ଜଣେ ଯାତ୍ରୀ ଏହି ଘଟଣାର ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯେଉଁଥିରେ ବିମାନ କର୍ମଚାରୀ ଓ ସହଯାତ୍ରୀମାନେ ଉକ୍ତ ବ୍ୟକ୍ତିଙ୍କୁ ଚଟାଣରେ ମାଡ଼ି ବସି କାବୁ କରୁଥିବା ଦେଖିବାକୁ ମିଳିଛି। ଫିନିକ୍ସ ବିମାନବନ୍ଦରରେ ପୁଲିସ ସହାୟତାରେ ଉକ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯିବା ପରେ ବିମାନଟି ପୁନର୍ବାର ଶିକାଗୋ ଓ’ହେୟାର ଅନ୍ତର୍ଜାତୀୟ ବିମାନବନ୍ଦର ଅଭିମୁଖେ ଯାତ୍ରା କରିଥିବା ଫେଡେରାଲ ଆଭିଏସନ୍ ଆଡମିନିଷ୍ଟ୍ରେସନ୍ ପକ୍ଷରୁ କୁହାଯାଇଛି। ଫିନିକ୍ସ ପୁଲିସ ସମ୍ପୃକ୍ତ ଯାତ୍ରୀଙ୍କୁ ଗିରଫ କରିନଥିଲେ ମଧ୍ୟ ଏଫବିଆଇକୁ ଅବଗତ କରାଯିବା ପରେ ଘଟଣାର ଅଧିକ ତଦନ୍ତ ଜାରି ରହିଛି। 

What's Your Reaction?

like

dislike

love

funny

angry

sad

wow